ପୁରୀ ବଳଙ୍ଗା ଥାନା ମାଲଖାନା ବିସ୍ପୋରଣ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ: ବିସ୍ପୋରକ ସାମଗ୍ରୀ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):ପୁରୀ ଜିଲା ବଳଙ୍ଗା ଥାନା ମାଲଖାନା ବିସ୍ପୋରଣ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ ଜାରି। ସମସ୍ତ ଜିଲାର ଏସପି ଓ ଡ଼ିସିପିଙ୍କୁ ଗାଇଡ଼ଲାଇନ ଜାରି କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି। ବିସ୍ପୋରକ ସାମଗ୍ରୀକୁ ସୁରକ୍ଷିତ ଭାବେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ସମସ୍ତ ଏସଡିପିଓ ଓ ଡିଏସପି ପ୍ରତ୍ୟେକ ଥାନା ମାଲଖାନାକୁ ଅକ୍ଟୋବର ୫ ତାରିଖ ସୁଦ୍ଧା ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାଲଖାନାରେ ବିସ୍ପୋରକ ସାମଗ୍ରୀ ରଖିବାର ଆବଶ୍ୟକତା ନାହିଁ। ଯଦି ଆବଶ୍ୟକତା ଥାଏ ତେବେ ବୋମା ନିଷ୍କ୍ରିୟକାରୀ ଦଳ କିମ୍ବା ଏକ୍ସପର୍ଟ ଟିମର ଯାଞ୍ଚ ପରେ ହିଁ ରଖାଯାଇ ପାରିବ।

ସ୍ୱତନ୍ତ୍ର ସଂସ୍ଥା ଯାଞ୍ଚ କରି ଅନୁମତି ଦେବା ପରେ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା କରି ଏଭଳି ସାମଗ୍ରୀ ରଖାଯିବ। ଏକ୍ସପର୍ଟ ଟିମର ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଥାନା ବାହାରେ ବିସ୍ପୋରକ ସାମଗ୍ରୀ ରହିବ। ସେହିଭଳି ସାମଗ୍ରୀ ଅସୁରକ୍ଷିତ ଥିବାର ରିପୋର୍ଟ ମିଳିଲେ ବୋମା ନିଷ୍କ୍ରିୟକାରୀ ଦଳ ବିସ୍ପୋରକ ସାମଗ୍ରୀକୁ ନଷ୍ଟ କିମ୍ବା ନିଷ୍କ୍ରିୟ କରିବେ। ଏସଂପର୍କରେ ମାମଲାର ବିଚାରଧୀନ ଅଦାଲତଙ୍କୁ ପୋଲିସ ପକ୍ଷରୁ ଅବଗତ କରାଯିବ। ପୋଲିସ ଓ ଥାନାକୁ ଆସୁଥିବା ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ଏହି ଗାଇଡଲାଇନକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.