Below header

ଟିଟିଲାଗଡ଼ ଜେଲରୁ କଏଦୀ ଫେରାର ପରେ ଜେଲ ଡିଆଇଜିଙ୍କ ତଦନ୍ତ

ଟିଟିଲାଗଡ଼ ଉପ କାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର ଘଟଣାର ତନାଘନା ତଦନ୍ତ । ଟିଟିଲାଗଡ଼ରେ ଜେଲରେ DIG କୁଳମଣି ବେହେରା ପହଞ୍ଚି ଅନୁଧ୍ୟାନ କରିଛନ୍ତି । କଏଦୀ ଫେରାର ପଛରେ ଜେଲ କର୍ମଚାରୀଙ୍କ ହାତ ରହିଥିବା ସେ ସନ୍ଦେହ କରିଛନ୍ତି ।

ଟିଟିଲାଗଡ଼(କେନ୍ୟୁଜ୍‌): ଟିଟିଲାଗଡ଼ ଉପ କାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର ଘଟଣାର ତନାଘନା ତଦନ୍ତ । ଟିଟିଲାଗଡ଼ରେ ଜେଲରେ DIG କୁଳମଣି ବେହେରା ପହଞ୍ଚି ଅନୁଧ୍ୟାନ କରିଛନ୍ତି । କଏଦୀ ଫେରାର ପଛରେ ଜେଲ କର୍ମଚାରୀଙ୍କ ହାତ ରହିଥିବା ସେ ସନ୍ଦେହ କରିଛନ୍ତି । ବିନା ଜେଲ କର୍ମଚାରୀଙ୍କ ସହଯୋଗରେ କେମିତି କାନ୍ଥ ଡେଇଁ ଫେରାର ହେଲେ ବୋଲି ପ୍ରଶ୍ନ କରିଛନ୍ତି । ୪ନଂ କାନ୍ଥରୁ ସିଢି ଯୋଗେ ପଳାଇଯାଇଥିବା ଜଣାପଡୁଛି ବୋଲି କହିଛନ୍ତି ଜେଲ ଡିଆଇଜି ।

ଫେରାର ଦୁଇ ବିଚାରାଧୀନ କଏଦୀ ହେଲେ ଶୋଭାବନ ରଣା ଓ ସୁମିତ ବିହାରୀ । ସିନ୍ଧେକେଲା ଅଞ୍ଚଳରେ ବହୁଚର୍ଚ୍ଚିତ ନରବଳିରେ ଅଭିଯୁକ୍ତ ହୋଇ ଦୀର୍ଘ ୪ ବର୍ଷ ହେଲା ଟିଟିଲାଗଡ଼ ଉପକାରାଗାରରେ ଅଭିଯୁକ୍ତ ଶୋଭାବନ ରହିଥିଲା । ସେହିପରି କେସିଙ୍ଗା ଅଞ୍ଚଳରେ ଏକ ହତ୍ଯା ଅଭିଯୋଗରେ ୨ ବର୍ଷ ହେଲା କାରାଗାରରେ ରହିଥିଲା ସୁମିତ । ଦୁଇ ଜଣ ଯାକ ଜେଲର ପାଚେରୀ ଡେଇଁ ଫେରାର ହୋଇଥିବା ଜଣାପଡିଛି । ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ଏଯାଏ ଦୁଇ କଏଦୀଙ୍କ ପତ୍ତା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.