ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ କିମ୍‌ସ ମେଡିକାଲ ପାଇଁ ଶିଳାନ୍ୟାସ କଲେ ଡ. ଅଚ୍ୟୁତ ସାମନ୍ତ

ଏଥର ଲାଘବ ହେବ ଭଞ୍ଜନଗରବାସୀଙ୍କ ଦୁଃଖ । ପାଇବେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା । ଚିକିତ୍ସା ପାଇଁ ହେବେନି ଆଉ ହନ୍ତସନ୍ତ । କାରଣ ଭଞ୍ଜନଗର ଠାରେ ଶହେ ଶଯ୍ୟା ବିଶିଷ୍ଟ ମେଡିକାଲ ଏବଂ କିସ୍ କମ୍ୟୁନିଟି ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।

ଗଞ୍ଜାମ(କେନ୍ୟୁଜ୍‌): ଏଥର ଲାଘବ ହେବ ଭଞ୍ଜନଗରବାସୀଙ୍କ ଦୁଃଖ । ପାଇବେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା । ଚିକିତ୍ସା ପାଇଁ ହେବେନି ଆଉ ହନ୍ତସନ୍ତ । କାରଣ ଭଞ୍ଜନଗର ଠାରେ ଶହେ ଶଯ୍ୟା ବିଶିଷ୍ଟ ମେଡିକାଲ ଏବଂ କିସ୍ କମ୍ୟୁନିଟି ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଯାହାଫଳରେ ନୂଆ ଟେକ୍ନୋଲୋଜି ସହ ଅତ୍ୟାଧୁନିକ ପ୍ରଣାଳୀରେ ଚିକିତ୍ସାର ସୁବିଧା ପାଇପାରିବେ ସ୍ଥାନୀୟ ଲୋକେ । ଆଉ ଦୌଡ଼ିବାକୁ ପଡ଼ିବନି କଟକ କି ଭୁବନେଶ୍ୱର ।

ଗଞ୍ଜାମ ଜିଲ୍ଲା ଭଂଜନଗର ଠାରେ, କନ୍ଧମାଳ ସାଂସଦ ତଥା କିଟ୍- କିସ୍ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ଏବଂ କିଟ୍ ର ଆର୍ଥିକ ସହାୟତାରେ କିସ୍ କମ୍ୟୁନିଟି ଗୃହ ଏବଂ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ ପାଇଁ ଭୂମି ପୂଜା ହୋଇଛି । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ କିଟ୍ ଓ କିସ୍ ପ୍ରତିଷ୍ଠାତା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଏହାର ଶିଳାନ୍ୟାସ କରିଛନ୍ତି ।

ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ ସ୍ଥାନୀୟ ଅଞ୍ଚଳର ସ୍ବାସ୍ଥ୍ୟ ସେବାକୁ ଅଧିକ ଗୁରୁତ୍ବ ଦେବା ଲକ୍ଷ୍ୟରେ , ଡଃ ସାମନ୍ତଙ୍କ ଯେଉଁ ପ୍ରୟାସ କରିଛନ୍ତି ତାକୁ ମନ୍ତ୍ରୀ ଶ୍ରୀ ଆରୁଖ ପ୍ରଶଂସା କରିଥିଲେ । ସେହିଭଳି , ନିର୍ମାଣ ହେବାକୁ ଯାଉଥିବା ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ, ଆସନ୍ତା ଏକ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି , ଡଃ. ସାମନ୍ତ କହିଛନ୍ତି । ଏହା ସହ କନ୍ଧମାଳ ଠାରେ ଆୟୋଜିତ ନିଯୁକ୍ତି ମେଳାରେ, ଯୋଗ୍ୟ ବିବେଚିତ ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ, ଡଃ ସାମନ୍ତ । ଏନେଇ ସ୍ଥାନୀୟ ଅଞ୍ଚଳବାସୀ, ବେଶ୍ ଖୁସି ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.