୫ ଜିଲ୍ଲାର ଭିତ୍ତିଭୂମି ବିକାଶରେ ଓଡ଼ିଶାରେ ନୂଆ ଅଧ୍ୟାୟ : ମୁଖ୍ୟମନ୍ତ୍ରୀ

ବିକାଶ ପଥରେ ନିରନ୍ତର ଆଗେଇ ଚାଲିଛି ଓଡ଼ିଶା। ରାଜ୍ୟର ୫ ଜିଲ୍ଲାର ଭିତ୍ତିଭୂମି ବିକାଶରେ ସ୍ବର୍ଣ୍ଣିମ ଅଧ୍ଯାୟ। ଯୋଡ଼ାରେ ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭର ବ୍ରିଜ ଓ ଆଠମଲ୍ଲିକ- ଧଳପୁର ରାସ୍ତାରେ ମହାନଦୀ ଉପରେ ଓଡିଶାର ଦୀର୍ଘତମ ସେତୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର(କେନ୍ୟୁଜ୍‌): ବିକାଶ ପଥରେ ନିରନ୍ତର ଆଗେଇ ଚାଲିଛି ଓଡ଼ିଶା। ରାଜ୍ୟର ୫ ଜିଲ୍ଲାର ଭିତ୍ତିଭୂମି ବିକାଶରେ ସ୍ବର୍ଣ୍ଣିମ ଅଧ୍ଯାୟ। ଯୋଡ଼ାରେ ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭର ବ୍ରିଜ ଓ ଆଠମଲ୍ଲିକ- ଧଳପୁର ରାସ୍ତାରେ ମହାନଦୀ ଉପରେ ଓଡିଶାର ଦୀର୍ଘତମ ସେତୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ଟି ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଗୁଡ଼ିକ ଅଞ୍ଚଳବାସୀଙ୍କ ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟର ଭିତ୍ତିଭୂମିର ବିକାଶ ଓ ଗମନାଗମନ କ୍ଷେତ୍ରକୁ ସୁଗମ କରିବା ପାଇଁ ୫ଟି ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯୋଡ଼ା ଠାରେ ରାଜ୍ୟର ଦୀର୍ଘତମ ଫ୍ଲାଏ ଓଭର ସହ ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁଦିଆରିରେ ରେଳୱେ ଓଭର ବ୍ରିଜ, ଆଠମଲ୍ଲିକ ଧଳପୁର ରାସ୍ତାରେ ମହାନଦୀ ଉପରେ ୩ କିମି ଲମ୍ବ ଓଡିଶାର ଦୀର୍ଘତମ ସେତୁ, ରାକଡୋର- ଫସାଦ ମଧ୍ୟରେ ତେଲ ନଦୀ ଉପରେ ସେତୁ ଓ ବୌଦ୍ଧ-ମର୍ଯ୍ୟାକୁଦ ସଂଯୋଗୀକରଣ ରାସ୍ତାରେ ମହାନଦୀ ଉପରେ ସେତୁ ଉଦଘାଟିତ ହୋଇଛି। ଭର୍ଚୁଆଲ ମାଧ୍ୟମରେ ଏଗୁଡ଼ିକୁ ଉଦଘାଟନ କରି ରାଜ୍ୟର ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ମଜଭୁତ ହେବା ସହ ଯାତ୍ରା ସମୟକୁ କମିବ ବୋଲି ସେ କହିଛନ୍ତି ।

ସେହିପରି ବଲାଙ୍ଗିର ଜିଲ୍ଲାର ରୂପାନ୍ତରିତ ହରିଶଙ୍କର ମନ୍ଦିରକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ କଟକ ଜିଲ୍ଲାର ନେମାଳଠାରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠର ଉନ୍ନତିକରଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ ହେବ । ଖୋର୍ଦ୍ଧାରେ ମା’ ଉଗ୍ରତାରା ଶକ୍ତିପୀଠର ଉନ୍ନତିକରଣ କାର୍ଯ୍ୟ ଓ ବୌଦ୍ଧ ଜିଲ୍ଲାର ବାଉଁଶୁଣୀ- ବୀରମହାରାଜପୁର ସଂଯୋଗୀକରଣ ରାସ୍ତାରେ ମହାନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ମଧ୍ୟ ଶିଳାନ୍ୟାସ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ କିମି ୭୩୮ ମିଟର ଲମ୍ବ ଏହି ସେତୁ ନିର୍ମାଣ ପାଇଁ ୧୫୫ କୋଟି ୭୨ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.