Below header

ଅଗ୍ନି-୫ ମିସାଇଲର ପ୍ରଥମ ଫ୍ଲାଇଟ୍ ପରୀକ୍ଷଣ ସଫଳ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଚୀନ ଓ ପାକିସ୍ତାନ ପାଇଁ ସତର୍କଘଣ୍ଟି । ଅଗ୍ନି-୫ ମିସାଇଲର ପ୍ରଥମ ଫ୍ଲାଇଟ୍ ପରୀକ୍ଷଣ ସଫଳ । ମଲଟିପଲ ଇଣ୍ଡିପେଣ୍ଡେଣ୍ଟଲି ଟାର୍ଗେଟେବଲ ରି-ଏଣ୍ଟ୍ରି ଭେହକିଲ୍( MIRV) ଟେକ୍ନୋଲୋଜି ସହ ଅଗ୍ନି-୫ର ପ୍ରଥମ ଫ୍ଲାଇଟ୍ ଟେଷ୍ଟ ସଫଳ ହୋଇଛି ।

ନୂଆଦିଲ୍ଲୀ : ଚୀନ ଓ ପାକିସ୍ତାନ ପାଇଁ ସତର୍କଘଣ୍ଟି । ଅଗ୍ନି-୫ ମିସାଇଲର ପ୍ରଥମ ଫ୍ଲାଇଟ୍ ପରୀକ୍ଷଣ ସଫଳ । ମଲଟିପଲ ଇଣ୍ଡିପେଣ୍ଡେଣ୍ଟଲି ଟାର୍ଗେଟେବଲ ରି-ଏଣ୍ଟ୍ରି ଭେହକିଲ୍( MIRV) ଟେକ୍ନୋଲୋଜି ସହ ଅଗ୍ନି-୫ର ପ୍ରଥମ ଫ୍ଲାଇଟ୍ ଟେଷ୍ଟ ସଫଳ ହୋଇଛି । ଭଦ୍ରକ ଧାମରା ଅବଦୁଲ୍ କଲାମ ଦ୍ବୀପରେ ସଫଳ ପରୀକ୍ଷଣ ହୋଇଛି । MIRV ଟେକ୍ନୋଲୋଜି ଜରିଆରେ ମିଶାଇଲ ଏକାଧିକ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ । ୨ରୁ ୧୦ଟି ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ ଅଗ୍ନି-୫ ମିଶାଇଲ। ମିଶାଇଲ ବାୟୁମଣ୍ଡଳ ଉପରକୁ ଯାଇ ପୁଣି ବାୟୁମଣ୍ଡଳରେ ପ୍ରବେଶ କରିବ ଏବଂ ଏକା ସଙ୍ଗରେ ଏକାଧିକ ଟାର୍ଗେଟକୁ ହିଟ୍ କରିିବ ।

ଆଜି ଏହି ପରୀକ୍ଷଣ ସଫଳ ହୋଇଛି । ମିଶନ ଦିବ୍ୟାସ୍ତ୍ର ପାଇଁ ପରୀକ୍ଷଣ ହୋଇଥିଲା । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି । DRDO ବୈଜ୍ଞାନିକଙ୍କ ପାଇଁ ଦେଶ ଗର୍ବିତ ମୋଦି କହିଛନ୍ତି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଗ୍ନି-୫ ମିସାଇଲ୍ DRDO ଦ୍ବାରା ବିକଶିତ ହୋଇଛି । ୨୦୨୨ ମସିହାରେ ଅତ୍ୟାଧୁନିକ ଅଗ୍ନି-୫ ମିସାଇଲ ପରୀକ୍ଷଣ ହୋଇଥିଲା । ଲକ୍ଷ୍ୟଭେଦୀ କ୍ଷମତା ୫ ହଜାର ୫୦୦ କିଲୋମିଟର ଥିଲା । ଅଗ୍ନି-୫ର ଓଜନ ୫୦ ହଜାର କିଲୋମିଟର ଲମ୍ବ ରହିଛି ୧୭.୫ ମିଟର । ଓସାର ୨ ମିଟର । ଏହା ୧୫୦୦ କିଲାଗ୍ରାମର ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିପାରିବ। ଶଦ୍ଦ ଠାରୁ ଏହାର ଗତି ୨୪ ଗୁଣ ଅଧିକ । ଏକ ସେକେଣ୍ଡରେ ୮ ଦଶମିକ ୧୬ କିଲୋମିଟର ଦୂର ଯାଇପାରିବ । ଅଗ୍ନି-୫ ମିସାଇଲ ଘଣ୍ଟାପ୍ରତି ୨୯ ହଜାର ୪୦୧ କିମି ବେଗରେ ଯାଇ ଶତ୍ରୁକୁ ଆକ୍ରମଣ କରିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.