Below header

ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ଯାଜପୁରର ଟାଣୁଆ ନେତା ସୁଢ଼ଳ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ବ୍ଳକ ଖଇରାବାଦ ପଂଚାୟତ ର ଟାଣୁଆ ନେତା ସୁଢ଼ଳ ସାହୁ ଆଜି ବିଜୁ ଜନତା ଦଳ ରେ ଯୋଗ ଦେଇଛନ୍ତି। ଦୀର୍ଘ ଦିନ ଧରି ସେ ଭାରତୀୟ ଜନତା ପାର୍ଟିରେ ରହିଥିଲେ। ଆଜି ସର୍କିଟ ହାଉସରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ସୁଢ଼ଳଙ୍କୁ ଫୁଲ ତୋଡା ଏବଂ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହିତ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାର୍ଯ୍ୟଧାରାରେ ବିଶ୍ୱାସ କରି ସୁଢ଼ଳ ଏବଂ ତାଙ୍କର ବହୁ ସମର୍ଥକ ବିଜେଡିରେ ଯୋଗ ଦେଇଛନ୍ତି।

ଏହି ମିଶ୍ରଣ ଉତ୍ସବରେ ପୂର୍ବତନ ପୌରାଧ୍ୟକ୍ଷ  ଭଵ ଦାସ,ଯାଜପୁର ବ୍ଳକ ବିଜେଡି ସଭାପତି ପରେଶ କୁମାର ବିଶ୍ୱାଳ,ଜିଲା ବିଜେଡି ଉପସଭାପତି ପ୍ରକାଶ ତ୍ରିପାଠୀ, ପଞ୍ଚାୟତ ସଭାପତି ରଜନୀକାନ୍ତ କର,ବରିଷ୍ଠ ବିଜେଡି ନେତା ବାସୁଦେବ ପାତ୍ର, ସମିତି ସଭ୍ୟ ଏମଡି ବେଲାଲ ଖାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ରମେଶ ସାହୁ, ମନୋଜ କୁମାର କର, ନିଷିକାନ୍ତ ପାଣି , ଦିବାକର ପଣ୍ଡା, ସନ୍ତୋଷ ସେଠିଙ୍କ ସମେତ ଶତାଧିକ କର୍ମୀ ବେଜେଡିରେ ଯୋଗଦାନ କଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.