Below header

ନୂଆ ବର୍ଷରୁ ଭାଗ୍ୟ ଦେବ ସାଥି, ବର୍ଷର ପ୍ରଥମ ଦିନ କରି ଦିଅନ୍ତୁ ଏହି ଉପାୟ

ଘର ପରିବାରରେ ସୁଖ ଶାନ୍ତି ଜାରି ରହିବା ପାଇଁ ସମସ୍ତେ ଚାହାଁନ୍ତି । ଏଥିପାଇଁ ସଭିଏଁ ନୂଆ ବର୍ଷରେ ମନ୍ଦିର ଯାଇ ପରିବାରର ସୁଖ ଶାନ୍ତି ପାଇଁ କାମନା କରିଥାନ୍ତି । କୁହାଯାଏ ନୂଆ ବର୍ଷର ପ୍ରଥମ ଦିନ ଯଦି ଭଲରେ କଟିଥାଏ ତେବେ ବର୍ଷ ସାରା ଭଲରେ କଟିଥାଏ । ଯଦି ଆପଣ ଚାହାଁନ୍ତି କି ନୂଆ ବର୍ଷ ୨୦୨୨ ଆପଣଙ୍କ ପାଇଁ ଭଲରେ କଟୁ ଓ ବର୍ଷସାରା ଆପଣଙ୍କ ଭାଗ୍ୟ ସାଥିରେ ରହୁ । ତେବେ ବର୍ଷର ପ୍ରଥମ ଦିନରେ କରନ୍ତୁ ଏପରି କାମ ।

ନୂଆ ବର୍ଷରେ କରନ୍ତୁ ଏହି ଉପାୟ :

ଶଙ୍ଖ କିଣିକରି ଆଣନ୍ତୁ – ହିନ୍ଦୁ ଧର୍ମରେ ଶଙ୍ଖକୁ ଲକ୍ଷ୍ମୀଜୀଙ୍କର ବାସସ୍ଥାନ କୁହାଯାଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ ସମୁଦ୍ର ମନ୍ଥନରୁ ଶଙ୍ଖର ଉତ୍ପତ୍ତି ହୋଇଥିଲା । ଯୁଗ ଯୁଗ ଧରି ମାନ୍ୟତା ରହିଛି କି ଯେଉଁଠି ଶଙ୍ଖ ରହିଥାଏ, ସେଠାରେ ମା’ ଲକ୍ଷ୍ମୀଙ୍କର ବାସ ହୋଇଥାଏ । କୁହାଯାଏ ଶଙ୍ଖନାଦରେ ବାତାବରଣରେ ପୁରି ରହିଥିବା ନକରାତ୍ମକ ଶକ୍ତିକୁ ନାଶ କରିଥାଏ । ତେଣୁ ନୂଆ ବର୍ଷର ପ୍ରଥମ ଦିନରେ ବା ୧ ତାରିଖରେ ଏହି ଜିନିଷକୁ ନିଶ୍ଚୟ କିଣି ଆଣନ୍ତୁ ଘରକୁ । ସାରା ବର୍ଷ ଯିବ ଭଲରେ ।

conch

ଗଣେଶଜୀଙ୍କ ମୂର୍ତ୍ତି – ନୂଆ ବର୍ଷରେ ଘରେ ସୁଖ ସମୃଦ୍ଧି ବନାଇ ରଖିବା ପାଇଁ ଗଣେଶଜୀଙ୍କ ପ୍ରତିମା କିଣିକରି ସ୍ଥାପିତ କରନ୍ତୁ । ଯଦି ଘରେ ପୂର୍ବରୁ ଗଣେଶଜୀଙ୍କ ମୂର୍ତ୍ତି ଅଛି ତେବେ ତାଙ୍କର ପୂଜା କରନ୍ତୁ । ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ନୂଆବର୍ଷରେ ଗଣେଶଜୀଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଘରକୁ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।

ତୁଳସୀ ଗଛ ଲଗାନ୍ତୁ – ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ପବିତ୍ର ବୋଲି କୁହାଯାଇଥାଏ । ମାନ୍ୟତା ରହିଛି କି ନିୟମିତ ଭାବେ ତୁଳସୀ ଗଛର ପୂଜା ଓ ଆରତି କରିବା ଦ୍ୱାରା ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହୋଇଥାଏ । ତେଣୁ ନୂଆ ବର୍ଷରେ ତୁଳସୀ ଗଛ ଜରୁର ଲଗାନ୍ତୁ । ଏହାଦ୍ୱାରା ଘରକୁ ଶୁଭ ଓ ମଙ୍ଗଳର ଆଗମନ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.