Below header

କ୍ରିକେଟ ଖେଳ ଦେଖି ଫେରୁଥିବାବେଳେ ସଂଘବଦ୍ଧ ଆକ୍ରମଣରେ, ଚିକିତ୍ସାଧିନ ଅବସ୍ଥାରେ ଗଲା ଯବାନଙ୍କ ଜୀବନ

କ୍ରିକେଟ ଖେଳରୁ ଗଲା ଯବାନଙ୍କ ଜୀବନ। ଗଞ୍ଜାମ ଜିଲ୍ଲା ଚମାଖଣ୍ଡିରେ ସଂଘବଦ୍ଧ ଆକ୍ରମଣରେ ଗୁରୁତର ସେନା କର୍ମଚାରୀଙ୍କ ମୃତ୍ୟୁ ।

ଛତ୍ରପୁର (କେନ୍ୟୁଜ): କ୍ରିକେଟ ଖେଳରୁ ଗଲା ଯବାନଙ୍କ ଜୀବନ। ଗଞ୍ଜାମ ଜିଲ୍ଲା ଚମାଖଣ୍ଡିରେ ସଂଘବଦ୍ଧ ଆକ୍ରମଣରେ ଗୁରୁତର ସେନା କର୍ମଚାରୀଙ୍କ ମୃତ୍ୟୁ । ଭୁବନେଶ୍ଵରରେ ଏକ ଘରୋଇ ହସପିଟାଲରେ ଜେ.ଡିଲେଶ୍ୱର ପାତ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । କାଳିପଲ୍ଲୀ ଗାଁର ଜେ.ଡିଲେଶ୍ୱର ପାତ୍ର ଆର୍ମିରେ ଚାକିରି କରିଥିବା ବେଳେ ଗତ କିଛି ଦିନ ତଳେ ସେ ଗାଁକୁ ଛୁଟିରେ ଆସିଥିଲେ ।

ଗତ ୩ ତାରିଖ ଦିନ ଗୋପାଳପୁରରୁ ଖେଳ ଦେଖି ସେ ଘରକୁ ଫେରୁଥିବା ବେଳେ ହରିପୁର ଛକ ଠାରେ ତାଙ୍କୁ କିଛି ଦୁର୍ବୁତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ତାଙ୍କର ମୁଣ୍ଡ ଓ କାନରେ ଗଭୀର ଆଘାତ ଲାଗିଥିଲା । ପ୍ରଥମେ ବ୍ରହ୍ମପୁରରେ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏ ଘଟଣାକୁ ନେଇ ଗତକାଲି ଚମାଖଣ୍ଡି ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.