Below header

ମୋ ସରକାର ଇମ୍ପାକ୍ଟ: ଲାଞ୍ଚ ଅଭିଯୋଗରେ ଜୟପୁର ସଦର ଥାନା ଅଧୀନସ୍ଥ ଆମ୍ବାଗୁଡ଼ା ଫାଣ୍ଡି ଅଧିକାରୀ ସସପେଣ୍ଡ

ଜୟପୁର: ମୋ ସରକାର ଇମ୍ପାକ୍ଟ। ଲାଞ୍ଚ ଅଭିଯୋଗରେ ଫାଣ୍ଡି ଅଧିକାରୀ ସସପେଣ୍ଡ । ଜୟପୁର ସଦର ଥାନା ଅଧୀନସ୍ଥ ଆମ୍ବାଗୁଡ଼ା ଫାଣ୍ଡି ଅଧିକାରୀ ନାରାୟଣ ପଟ୍ଟନାୟକଙ୍କୁ ନିଲମ୍ବନ କରାଯାଇଛି । ସେହିପରି କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତରଙ୍କ ନାଁରେ ମାମଲା ରୁଜୁ ହୋଇଛି ମାମଲା । ଅଭିଯୋଗ ହୋଇଥିଲା, ଗତ ୨୪ ତାରିଖରେ ଏକ ବାଇକ୍ ଦୁର୍ଘଟଣାରେ ଦେବେନ୍ଦ୍ର ତନ୍ତିଙ୍କର ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣାଗ୍ରସ୍ତ ବାଇକୁ ମୁକୁଳାଇ ଦେବାକୁ କହି ମୃତକଙ୍କ ପରିବାର ଲୋକଙ୍କଠାରୁ ଫାଣ୍ଡି ଅଧିକାରୀ ନାରାୟଣ ପଟ୍ଟନାୟକ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପରିବାର ଲୋକ ୬ ହଜାର ଟଙ୍କା ଦେଇଥିଲେ । ସେହିପରି ଅଭିଯୋଗ ହୋଇଥିଲା, ପୋଷ୍ଟମର୍ଟମ ପାଇଁ ଡାକ୍ତର ୩ ହଜାର ଟଙ୍କା ମାଗିଥିବା ବେଳେ ମୃତକଙ୍କ ପରିବାର ଲୋକ ଦେଇଥିଲେ ୨ହଜାର ୫ଶହ ଟଙ୍କା । ମୋ ସରକାର କାର୍ଯ୍ୟକ୍ରମରେ ଘଟଣା ସମ୍ପର୍କରେ ଜଣାଇବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.