Below header

ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‌ ଅଟକଳକୁ ମିଳିବ ଅନୁମୋଦନ

ଭୁବନେଶ୍ବର: ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ। ୨୦୨୦-୨୧ ଆର୍ଥିକ ବର୍ଷକ ବଜେଟ୍‌ ଅଟକଳକୁ ବୈଠକରେ ଅନୁମୋଦନ ମିଳିବ। ରାଜ୍ୟ କ୍ୟାବିନେଟ୍‌ ବୈଠକ ସହ ବସିବ ମନ୍ତ୍ରୀ ପରିଷଦ ବୈଠକ। ଉଭୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ୧୧ଟା ୪୫ ମିନିଟରେ କ୍ୟାବିନେଟ୍‌ ବୈଠକ ବସିବ। ଫେବୃୟାରୀ ୧୪ରୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ। ୧୮ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍‌। ତେଣୁ ଆଜି କ୍ୟାବିନେଟ୍‌ ବୈଠକରେ ୨୦୨୦-୨୧ ଆରଥିକ ବର୍ଷର ବଜେଟ୍‌ ଅଟକଳକୁ ଅନୁମୋଦନ ମିଳିବ। ଏହା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ। ୧୨ଟା ୧୫ରେ ବସିବ ମନ୍ତ୍ରୀପରିଷଦ ବୈଠକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.