Below header

ମଣ୍ଡି ସମସ୍ୟାକୁ ନେଇ ଚିନ୍ତାରେ ଉମରକୋଟ ଚାଷୀ, ରେଜିଷ୍ଟର ଅନୁସାରେ ଷ୍ଟକ୍‌ରେ ତାଳମେଳ ରହୁନଥିବାରୁ କଳିଙ୍ଗ ରାଇସ ମିଲକୁ ସିଲ୍ କଲେ ଉପଜିଲ୍ଲାପାଳ

ଉମରକୋଟ: ମଣ୍ଡି ସମସ୍ୟାକୁ ନେଇ ଚିନ୍ତାରେ ଉମରକୋଟ ଚାଷୀ । ବିଭିନ୍ନ ମଣ୍ଡିରୁ ଧାନ ଉଠାଇବା ପାଇଁ ମିଲର୍ସ ମାନଙ୍କୁ ଯୋଗାଣ ବିଭାଗ ନିର୍ଦ୍ଦେଶ ଦେଇଥିବା ବେଳେ ମଣ୍ଡିରୁ ଧାନ ଉଠିପାରୁନି । ସେପଟେ ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତ ହଠାତ ଉମରକୋଟ ସ୍ଥିତ କଳିଙ୍ଗ ରାଇସ ମିଲରେ ପହଞ୍ଚି ଚଢ଼ାଉ କରିବା ସହ ମିଲିଙ୍ଗ ପାଇଁ ଥିବା ଧାନ ସଂଗ୍ରହ କରିଛନ୍ତି ।

ଏହାସହ କେତେ ପରିମାଣରେ ଧାନ ଗଚ୍ଛିତ ରହିଛି ଏବଂ ମଣ୍ଡିରୁ କେତେ ପରିମାଣର ଧାନ ଉଠିଛି ଏହାର ଯାଞ୍ଚ ମଧ୍ୟ କରିଛନ୍ତି । କେତେ ପରିମାଣର ଧାନ ଗଛିତ ଅଛି ଏହାର ସଠିକ ତଥ୍ୟ ଦିଆଯାଇନଥିବା ଏବଂ ରେଜିଷ୍ଟର ଅନୁସାରେ ଷ୍ଟକ୍‌ରେ ତାଳମେଳ ରହୁନଥିବାରୁ ମିଲକୁ ସିଲ କରିଛନ୍ତି ଉପଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.