Below header

ମିଶ୍ରଣ ପର୍ବରେ ଯୋଗ ଦେଲେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ

ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଠାରେ ବିଜୁ ଜନତା ଦଳର ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି କନ୍ଧମାଳ ସାଂସଦ ତଥା କିଟ ଓ କିସ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ ।

କନ୍ଧମାଳ(କେନ୍ୟୁଜ୍‌): ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଠାରେ ବିଜୁ ଜନତା ଦଳର ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି କନ୍ଧମାଳ ସାଂସଦ ତଥା କିଟ ଓ କିସ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ ଦକ୍ଷତା, ଶୁଶାସନ ଓ ବିକାଶର ଯୋଜନାକୁ ଅନୁପ୍ରାଣିତ ହୋଇ ବ୍ରାହ୍ମଣୀଗାଁ ଅଞ୍ଚଳର ସାରାମୁଳି, ହାତୀମୁଣ୍ଡା , ଗଦାପୁର ତାଜୁଙ୍ଗିଆ ଭଳି ୮ଟି ପଞ୍ଚାୟତରୁ ୫୭୦ରୁ ଅଧିକ ମହିଳା ଓ ପୁରୁଷ କଂଗ୍ରେସ ଓ ବିଜେପି ଦଳରୁ ବିଜେଡିରେ ମିଶିଥିଲେ । ଏହି ଅବସରରେ ରାଜ୍ୟ ବିହନ ନିଗମ ଅଧକ୍ଷ ବିଜୟ ନାୟକ ବ୍ଲକ ଅଧକ୍ଷ ସୁଶାନ୍ତ ପ୍ରଧାନ, ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ କ୍ଳେଶବ ପ୍ରଧାନ ନାରୀ ସଭାନେତ୍ରୀ ପୁନମ କହଁର ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.