Below header

କନ୍ଧମାଳ: ଚାଷୀ ଘରେ ସାଂସଦ, ଖମନପଡା ଗାଁର ଚାଷୀ ଚପିତ ପାତ୍ରଙ୍କ ଘରେ ମଧ୍ୟାହ୍ନ ଭୋଜନ ଖାଇଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ

କନ୍ଧମାଳ(କେନ୍ୟୁଜ୍): ଆଜି ଦିନିକିଆ କଳାହାଣ୍ଡି ଗସ୍ତ ସାରି ଫେରୁଥିବା ବେଳେ ଜଣେ ଚାଷୀଙ୍କ ଘରେ ମଧ୍ୟାହ୍ନ ଭୋଜନ ଖାଇଥିଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । କନ୍ଧମାଳ ତୁମୁଡିବନ୍ଧ ବ୍ଲକ ଖମନପଡା ଗାଁର ଚାଷୀ ଚପିତ ପାତ୍ରଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ କନ୍ଧମାଳ ସାଂସଦ l ଢିଙ୍କି କୁଟା ଦେଶୀ ଚାଉଳ, କୋଳଥ ଡାଲି, ଶାଗ ଓ ବାଉଁଶ କରଡ଼ି ଖାଇଥିଲେ ସାଂସଦ l

dr achyuta samanta 1

ସାଂସଦଙ୍କୁ ପାଖରେ ପାଇ ଖୁସି ହେବା ସହ ତାଙ୍କ ଘରେ ମଧ୍ୟାହ୍ନ ଭୋଜନ କରି ଥିବାରୁ କୃତଜ୍ଞତା ଜଣାଇଲେ ଚପିତଙ୍କ ପରିବାର ଓ ଅଞ୍ଚଳବାସୀ l କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତଙ୍କ ସହ ପୂର୍ବତନ ବିଧାୟକ ରାଜୀବ ପାତ୍ର, ସାଂସଦ ପ୍ରତିନିଧି ପ୍ରମୋଦ ସାହୁ, ବ୍ଲକ ଅଧକ୍ଷ୍ୟ ପ୍ରକାଶ ପାତ୍ର ମଧ୍ୟ ଭୋଜନ କରିଥିଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.