Below header

ଭୁବନେଶ୍ୱର କିମ୍ସରେ ପହଞ୍ଚିଲା କକଟେଲ୍‌ ଥେରାପୀ, କରୋନା ଚିକିତ୍ସାରେ ବେଶ ପ୍ରଭାବୀ

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱର କିମ୍ସରେ ପହଞ୍ଚିଲା କକଟେଲ୍‌ ଥେରାପୀ । କୋଭିଡ ରୋଗୀଙ୍କ ଚିକିତ୍ସାରେ କାମ ଦେଉଛି କକଟେଲ୍‌ ଥେରାପୀ । ସ୍ୱଳ୍ପ ଓ ମଧ୍ୟମ ସଂକ୍ରମିତଙ୍କ ପାଇଁ ବେଶ ଉପାଦେୟ । ସୂଚନାରୁ ଜଣାଯାଇଛିଯେ ଏହି ଥେରାପି ହେଉଛି ଦୁଇଟି ମନୋକ୍ଲୋନାଲ ଆଣ୍ଟିବଡିର ସମିଶ୍ରଣ । ଯାହାକି ଶରୀରରେ ଆଣ୍ଟିବଡ଼ି ସୃଷ୍ଟି କରି ସଂକ୍ରମଣ ବିରୋଧରେ ଲଢ଼ିଥାଏ ।

ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମେଡିସିନ ଓ କୋଭିଡ ଟିକାର ଅଭାବ ପରିଲକ୍ଷିତ ହେଉଛି । କିନ୍ତୁ ଏପରି ସ୍ଥିତିରେ କକଟେଲ ଥେରାପୀ ପ୍ରଭାବୀ ବୋଲି ଜଣାଯାଇଛି । ବିଶେଷଜ୍ଞ ଅନୁଯାୟୀ କୋଭିଡ ରୋଗୀଙ୍କ ଚିକିତ୍ସାରେ କାମ ଦେଉଛି କକଟେଲ୍‌ ଥେରାପୀ । ସ୍ୱଳ୍ପ ଓ ମଧ୍ୟମ କରୋନା ସଂକ୍ରମିତଙ୍କ ପାଇଁ ବେଶ ଉପାଦେୟ । ଭାରତରେ ଏହି ଚିକିତ୍ସା ପଦ୍ଧତି ଖୁବ ବିରଳ । ରୋଗୀ ଯଦି ପଜିଟିଭ ଚିହ୍ନଟ ହେବାର ୮ ରୁ ୧୦

ଦିନ ଭିତରେ ଏହି ପଦ୍ଧତିରେ ଚିକିତ୍ସା କରାନ୍ତି ତେବେ ନିଶ୍ଚୟ ଉପାଦେୟ ହୋଇପାରିବ ବୋଲି କିମସ ଡାକ୍ତର ଡ଼ଃ ହରିଶ ଚୋୖଧୁରୀ ପ୍ରକାଶ କରିଛନ୍ତି । ଠିକ ସମୟରେ ଚିକିତ୍ସା ଆରମ୍ଭ କରାଗଲେ ହସ୍ପିଟାଲରେ ଆଡମିଟ ହେବା ଦରକାର ନାହିଁ । କକଟଲ ଥେରାପି କେବଳ ଭୁତାଣୁର ସେଲକୁ ହିଁ ଟାର୍ଗେଟ କରୁଥିବାରୁ ରୋଗୀଙ୍କ ସଂକ୍ରମଣକୁ ନିୟନ୍ତ୍ରଣରେ ଅଣାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.