ରାତି ଅଧିଆ ଚାଲିଥିଲା ଜୁଆ ଆଡ୍ଡା, ଚଢ଼ାଉ କରି ୫ଜଣ ଜୁଆଡିଙ୍କୁ ଗିରଫ କଲା ପୋଲିସ

ଟାଙ୍ଗୀ(କେ ନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନସ୍ଥ ଜରିପଡା ସ୍ଥିତ ଜଗନ୍ନାଥ ପୁର ଗ୍ରାମରେ ଗତ ନିଶାର୍ଦ୍ଧରେ ଚାଲିଥିବା ଏକ ଜୁଆ ଆଡ୍ଡା ଚାଲୁଥିବା ଖବର ପାଇ ଟାଙ୍ଗୀ ଥାନା ଅଧିକାରୀ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଅଚାନକ ଚଢ଼ାଉ କରି ନଗଦ ୧୬ହଜାର ୮୦୦ଶହ ଟଙ୍କା , ୪ଟି ମୋବାଇଲ ଫୋନ ସହ ୫ଜଣ ଜୁଆଡିଙ୍କୁ ଗିରଫ କରିଛନ୍ତି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଘଟଣାରୁ ପ୍ରକାଶ, ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ଵର, କୁହୁଡି, ରତନପୁର, ସୋରଣ, କଳୁପଡା ଭୁଷଣ୍ଡପୁର ଓ ଏହାର ଆଖପାଖ ଅଞ୍ଚଳରେ ଦୀର୍ଘ ଦିନ ହେଲା ଜୁଆ ଆଡ୍ଡା ଖୁଲମ ଖୁଲା ଚାଲୁଥିବା ଅନେଇ ନଜିର ରହିଛି । କିନ୍ତୁ ସେଭଳି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନାହିଁ ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିଲା ।

gambler

କିନ୍ତୁ ଏବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନାରେ ଗତ ମାସରେ ଜଣେ ଯୁବ ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ ଯୋଗ ଦେଉ ଦେଖାଇଛନ୍ତି। ତାଙ୍କର କାର୍ଯ୍ୟ କରିବାର ଶୈଳୀ ବି କିଛିଟା ଦମଦାର ରହିଛି । ଯେଉଁଥି ପାଇଁ ଏବେ ଲୁଟେରା, ଜୁଆଡି, ମଦ୍ୟପ, କଳା ବେପାରୀ ମାନଙ୍କ ମନରେ ଛନକା ପଶି ଯାଇଛି । ଆସୁ ଆସୁ ବାଇକ ଲୁଟେରା ଠାରୁ ଆରମ୍ଭ କରି ଜୁଆଡିଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛନ୍ତି । ଏଥିପାଇଁ ସ୍ଥାନୀୟ ଜନସାଧାରଣ ମନରେ ଟିକେ ଅଶ୍ଵସ୍ତି ମିଳିଛି । ଏଣୁ ସ୍ଥାନୀୟ ଜନସାଧାରଣ ଯୁବ ପୋଲିସ ଅଧିକାରୀଙ୍କୁ ସାଧୁବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.