ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପରେ ଓଡ଼ିଆ ପୁଅ କିଶୋରଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ, ହାସଲ କଲେ ପଞ୍ଚମ ସ୍ଥାନ
ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପରେ ଓଡ଼ିଆ ପୁଅ କିଶୋର ଜେନାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ । ଜାଭେଲିନ୍ ଥ୍ରୋରେ କିଶୋର ପଦକ ପାଇନଥିଲେ ମଧ୍ୟ ନିରାଶ କରିନାହାନ୍ତି।

ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପରେ ଓଡ଼ିଆ ପୁଅ କିଶୋର ଜେନାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ । ଜାଭେଲିନ୍ ଥ୍ରୋରେ କିଶୋର ପଦକ ପାଇନଥିଲେ ମଧ୍ୟ ନିରାଶ କରିନାହାନ୍ତି। ଦମଦାର ପ୍ରଦର୍ଶନ ସହ ପଞ୍ଚମ ସ୍ଥାନରେ ରହିଛନ୍ତି । ନିଜର ପଞ୍ଚମ ପ୍ରୟାସରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୪.୭୭ ମିଟର ଜାଭେଲିନ୍ ଫିଙ୍ଗିଛନ୍ତି କିଶୋର।
ପ୍ରଥମ ପ୍ରୟାସରେ କିଶୋର ୭୫.୭୦ ମିଟର ଏବଂ ଦ୍ୱିତୀୟ ଉଦ୍ୟମରେ ୮୨.୮୨ ମିଟର ଥ୍ରୋ କରିଥିବା ବେଳେ ତୃତୀୟ ଥ୍ରୋ ଫାଉଲ୍ ହୋଇଥିଲା। ପଞ୍ଚମ ପ୍ରୟାସରେ କିଶୋର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ୮୪.୭୭ ମିଟର ଥ୍ରୋ କରିଥିଲେ। ତାଙ୍କ ତଳକୁ ଅନ୍ୟ ଜଣେ ଭାରତୀୟ ଡିପି ମନୁ ୮୪.୧୪ ମିଟର ଜାଭେଲିନ୍ ଫିଙ୍ଗି ଷଷ୍ଠ ସ୍ଥାନରେ ରହିଥିଲେ। ଜର୍ମାନୀର ଜୁଲିଆନ ୱେବର ୮୫.୭୯ ମିଟର ଦୂରକୁ ଫିଙ୍ଗି ଚତୁର୍ଥ ହୋଇଥିଲେ । ତଙ୍କ ପଛକୁ ରହିଥିଲେ କିଶୋର ଓ ମନୁ ।