ସେପ୍ଟେମ୍ବର ୧ରେ ଲଞ୍ଚ ହେବ ନୂଆ Royal Enfield ବୁଲେଟ୍‌, ଜାଣନ୍ତୁ କେତେ ରହିଛି ମୂଲ୍ୟ

Royal Enfield ଆସନ୍ତା ୧ ସେପ୍ଟେମ୍ବର ୨୦୨୩ ରେ ଭାରତୀୟ ମାକେର୍ଟରେ ଏହାର ନୂଆ ବୁଲେଟ୍ 350 ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହାର ସୁନ୍ଦର ଲୁକ, ଡିଜାଇନ୍ ଏବଂ ଆରାମଦାୟକ ଯାତ୍ରା ଯୋଗୁଁ RE Bullet 350 ହେଉଛି କମ୍ପାନୀର ଅଧିକ ବିକ୍ରି ହେଉଥିବା ମୋଟରସାଇକେଲ୍ ।

Royal Enfield ଆସନ୍ତା ୧ ସେପ୍ଟେମ୍ବର ୨୦୨୩ ରେ ଭାରତୀୟ ମାକେର୍ଟରେ ଏହାର ନୂଆ ବୁଲେଟ୍ 350 ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହାର ସୁନ୍ଦର ଲୁକ, ଡିଜାଇନ୍ ଏବଂ ଆରାମଦାୟକ ଯାତ୍ରା ଯୋଗୁଁ RE Bullet 350 ହେଉଛି କମ୍ପାନୀର ଅଧିକ ବିକ୍ରି ହେଉଥିବା ମୋଟରସାଇକେଲ୍ । ଲଞ୍ଚ ତାରିଖ ଯେମିତି ପାଖେଇ ଆସୁଛି, ବାଇକ ପ୍ରେମୀମାନଙ୍କ ମଧ୍ୟରେ ଆଗ୍ରହ ବଢ଼ିବାରେ ଲାଗିଛି । RE Bullet 350ରେ ନିଶ୍ଚିତ ଅନେକ ବିଶେଷତା ରହିଛି । ତେବେ ଏହାର ଡିଜାଇନ୍‌, ଇଞ୍ଜିନ୍‌, ସସ୍ପେନ୍ସନ ୟୁନିଟ ଏବଂ ମୂଲ୍ୟ କେତେ ରହିଛି ଆସନ୍ତୁ ଜାଣିବା ।

ଡିଜାଇନ୍ :
୨୦୨୩ Royal Enfield ବୁଲେଟରେ ମୋଡିଫାଏଡ ଷ୍ଟାଇଲ ମିଳିବ ଏହା ସହିତ ସୁଇଚ୍ ଗିଅର୍, ଇନଷ୍ଟ୍ରୁମେଣ୍ଟ୍ କନସୋଲ୍, USB ପୋର୍ଟ ଭଳି ଅନେକ ନୂଆ ଜିନିଷ ଥିବାର ଆଶା କରାଯାଉଛି । ଏହା ସହିତ, ଏଥିରେ ନୂଆ ହେଡଲ୍ୟାମ୍ପ-ଟେଲ ଲ୍ୟାମ୍ପ ଏବଂ ନୂଆ ଟର୍ନ ଇଣ୍ଡିକେଟର ମଧ୍ୟ ମିଳିବ । କ୍ଲାସିକ୍ 350 ପରି ନୂଆ Royal Enfield ବୁଲେଟ୍ 350 ମଧ୍ୟ ଏକ ଡବଲ୍ କ୍ରେଡଲ୍ ଚେସିସ ସହ ଲ୍ୟାସ କରାଯିବ ।

ଇଞ୍ଜିନ :
ଏହାର ଇଞ୍ଜନ ବିଷୟରେ କହିବାକୁ ଗଲେ, ଏଥିରେ ନୂଆ ବୁଲେଟ୍‌ 350ର କ୍ଲାସିକ 350, ହଣ୍ଟର 350 ଏବଂ ମିଟିଓର 350 ଭଳି 349 ସିସି, SOHC J- ସିରିଜ୍ ଇଞ୍ଜିନ ଦିଆଯିବାର ସମ୍ଭାବନା ଅଛି, ଯାହା ୬,୧୦୦ rpm ରେ ୨୦ hp ର ମ୍ୟାକ୍ସିମମ୍‌ ପାଓ୍ଵାର ଏବଂ ୪,୦୦୦ rpm ରେ rpm ୨୭ NM ର ପିକ ଟର୍କ ଜେନେରେଟ କରିଥାଏ । ଯାହା ୫-ସ୍ପିଡ୍ ଟ୍ରାନ୍ସମିସନ୍ ସହିତ ଯୋଡି ହୋଇପାରିବ ।

ସସ୍ପେନ୍ସନ ୟୁନିଟ୍ :
୨୦୨୩ Royal Enfield ବୁଲେଟ୍ ଏକ ଅପ୍ସନାଲ ନୂଆ ସସ୍ପେନ୍ସନ ୟୁନିଟ୍, ଯେଉଁଥିରେ ବଡ଼ ଟାୟାର ଏବଂ ଡୁଆଲ୍ ଚ୍ୟାନେଲ୍ ABS ମିଳି ପାରିବ । ଷ୍ଟାଇଲ୍ରେ ମଧ୍ୟ ପରିବର୍ତ୍ତନ କରାଯାଇପାରିବ । କିନ୍ତୁ ଏହାର ମୂଳ ରୂପ ସେହିପରି ରହିବ ।

ମୂଲ୍ୟ:
ଅନ୍ୟପଟେ ଏହାର ମୂଲ୍ୟ ବିଷୟରେ କହିବାକୁ ଗଲେ, ନୂଆ ବୁଲେଟ୍ 350 ଏହାର ପୂର୍ବ ମଡେଲ୍‌ ତୁଳନାରେ ସାମାନ୍ୟ ମହଙ୍ଗା ହେବ, ଯାହାର ଏକ୍ସ-ସୋ’ରୁମ ମୂଲ୍ୟ ୧.୫୧ ଲକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.