ଏମିତି ବି ଆସେ ମୃତ୍ୟୁ: ମନ ଖୁସି କରିବାକୁ ଆସିଥିଲେ, ହେଲେ ହୃଦଘାତରେ ଟଳିପଡିଲେ

ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଗଦର-୨ ଦେଖିବାକୁ ଯାଇଥିବା ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶର ଲକ୍ଷ୍ମୀପୁରଖେରିର ଏକ ସିନେମା ହଲରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ଏହି ଘଟଣା ସିନେମା ହଲରେ ଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଲକ୍ଷ୍ମୀପୁରଖେରି : ଏମିତି ବି ଆସେ ମୃତ୍ୟୁ । ଦେଖିବାକୁ ଯାଇଥିଲେ ଫିଲ୍ମ ହେଲେ ଚାଲିଗଲା ପ୍ରାଣ । ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଗଦର-୨ ଦେଖିବାକୁ ଯାଇଥିବା ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶର ଲକ୍ଷ୍ମୀପୁରଖେରିର ଏକ ସିନେମା ହଲରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ଏହି ଘଟଣା ସିନେମା ହଲରେ ଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଗଦର-୨ ସିନେମା‌ ଦେଖିବା ପାଇଁ ଉତ୍ତର ପ୍ରଦେଶର ଲଖିମପୁର ଖେରିସ୍ଥିତ ସିନେମା ହଲ୍‌ରେ ପହଞ୍ଚିବା ପରେ ହଠାତ୍ ବ୍ୟକ୍ତିଙ୍କର ହୃଦ୍‌ଘାତ ହୋଇଥିଲା । ଏହାପରେ ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ । ତେବେ ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ହଲ୍ ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସିସିଟିଭି ଫୁଟେଜ୍‌ରେ ଯାହା ଦେଖିବାକୁ ମିଳିଛି କି, ଅସ୍ତକ୍‌ ତିୱାରି ନାମକ ଏହି ବ୍ୟକ୍ତି ଜଣକ କାହା ସହିତ ଫୋନ୍‌ରେ କଥାବାର୍ତ୍ତା ହେଉଥିବା ସହିତ ସିଡ଼ିରେ ଚଢି ଚଢି ଯାଉଥିଲେ । ବାସ୍ ସେହି ସମୟରେ ହଠାତ୍‌ ସେ ଟଳି ପଡିଥିଲେ।

cctv ffotage

ଶନିବାର ରାତି ପ୍ରାୟ ୭ଟା ୫୦ ମିନିଟ୍ ସମୟରେ ଏହି ଘଟଣା ଘଟିଥିଲା । ଯେତେବେଳେ ଅସ୍ତକ୍‌ ତିୱାରୀ ସିନେମା ହଲରେ ପହଞ୍ଚିଥିଲେ ଗଦର-୨ ଚଳଚ୍ଚିତ୍ର ଦେଖିବାକୁ ତେବେ ଏହି ଘଟଣା ଘଟିବା ପରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସିଥିଲେ।

ଏପଟେ ଅତିରିକ୍ତ ପୋଲିସ ଅଧୀକ୍ଷକ (ଏଏସପି) ନାଇପାଲ ସିଂ କହିଛନ୍ତି ଯେ, ଅସ୍ତକ୍‌ ତିୱାରୀଙ୍କ ଫୋନ୍ ସେତେବେଳେ ଅନଲକ୍ ହୋଇଯାଇଥିଲା । ଯାହାଫଳରେ ସେଠାରେ ଉପସ୍ଥିତ ଥିବା ଦର୍ଶକ ଏବଂ ବାଉନ୍ସର ମାନେ ତାଙ୍କ ଫୋନ୍ ମାଧ୍ୟମରେ ତାଙ୍କ ପରିବାର ସହ ଯୋଗାଯୋଗ କରିଥିଲେ । ତାଙ୍କୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ଘଟଣାକୁ ନେଇ ଅଧିକ ତଥ୍ୟ ଜାଣିବାର ପାଇଁ ପୋଲିସ ଘଟଣାର ତଦନ୍ତ କରିବା ସହିତ ପଚରାଉଚରା ଜାରି ରଖିଛି

ଏପଟେ ସୂଚନା ଥାଉକି, କାନପୁରରେ ଗଦର-୨ର ସ୍କ୍ରିନିଂ ସମୟରେ ମଧ୍ୟ ଏୟାର କଣ୍ଡିସିନର ତ୍ରୁଟି ଯୋଗୁଁ ବାଉନ୍ସର୍ ଏବଂ ସେଠାରେ ଥିବା ଲୋକଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ପ୍ରାରମ୍ଭରୁ ଯୁକ୍ତିତର୍କ ଓ ପରେ ପରସ୍ପର ଭିତରେ ସଂଘର୍ଷ ହୋଇଥିଲା । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବାବେଳେ ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.