ସୁଧାରଗୃହ ଶୌଚାଳୟରୁ ମିଳିଲା ନାବାଳକର ଝୁଲନ୍ତା ମୃତଦେହ
ସୁଧାରଗୃହ ଶୌଚାଳୟରୁ ମିଳିଲା ନାବାଳକର ଝୁଲନ୍ତା ମୃତଦେହ। କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜିଲ୍ଲା ବାଳ ସୁଧାର ଗୃହରୁ ମୃତଦେହ ଉଦ୍ଧାର କରାଯାଇଛି।

ସୁଧାରଗୃହ ଶୌଚାଳୟରୁ ମିଳିଲା ନାବାଳକର ଝୁଲନ୍ତା ମୃତଦେହ। କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜିଲ୍ଲା ବାଳ ସୁଧାର ଗୃହରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ନାବାଳକର ଘର ନବରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ କୁକୁଡ଼ାବାଇ ଗାଁରେ। ନାବାଳକ ଜଣକ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ଅଗଷ୍ଟ ୧୨ ତାରିଖ ଦିନ ଠାରୁ ସେ ସୁଧାର ଗୃହରେ ରହି ଆସୁଥିଲେ। ଗତକାଲି ରାତିରେ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ କିପରି ମୃତ୍ୟୁ ହେଲା ସେନେଇ କାରଣ ଜଣାପଡିନି। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।