ପାଓ୍ଵର ହାଉସରେ ଭୀଷଣ ଅଗ୍ନିକାଣ୍ଡ, ଫାଟିଲା ଅନେକ ଟ୍ରାନ୍ସଫରମର: ୧୨ରୁ ଅଗ୍ନିଶମ ଗାଡି ନିୟୋଜିତ

ଉତ୍ତରପ୍ରଦେଶର ଜାଲନ ପାଓ୍ଵର ହାଉସରେ ଭୀଷଣ ଅଗ୍ନିକାଣ୍ଡ । ଧୁ ଧୁ ହୋଇ ଜଳିଗଲା ଅନେକ ଟ୍ରାନ୍ସଫରମର । ଘଟଣା ସ୍ଥଳରେ ୧୨ରୁ ଅଧିକ ଅଗ୍ନିଶମ ଗାଡି ନିଆଁକୁ ଆୟତ୍ତ କରୁଛି ।

ଉତ୍ତରପ୍ରଦେଶର ଜାଲନ ପାଓ୍ଵର ହାଉସରେ ଭୀଷଣ ଅଗ୍ନିକାଣ୍ଡ । ନିଆଁ ଯୋଗୁଁ ଅନେକ ଟ୍ରାନ୍ସଫରମର ଧୁ ଧୁ ହୋଇ ଜଳିଯାଇଥିଲା । ଘଟଣା ସ୍ଥଳରେ ୧୨ରୁ ଅଧିକ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ପାଓ୍ଵର ହାଉସରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡି ନଷ୍ଟ ହୋଇଛି । ନିଆଁ ଯୋଗୁଁ ଆଖପାଖରେ ଥିବା ୧୫ଟି ଗାଁ ଅନ୍ଧାରରେ ରହିଛି । ଘଟଣାରେ କେହି ମୃତାହାତ ହୋଇନଥିବା ଖବର ମିଳିଛି । ନିଆଁ କେମିତି ଲାଗିଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.