ଟ୍ରକ୍ ଚାଳକଙ୍କୁ ଆକ୍ରମଣ କରି ଲୁଟ, ଏଫ୍ସିଆଇ ଗୋଦାମକୁ ଆସୁଥିଲା ଟ୍ରକ୍

ଟ୍ରକ୍ ଚାଳକଙ୍କୁ ଆକ୍ରମଣ କରି ଲୁଟ ।  ଅଭିଯୋଗ କରିଛନ୍ତି ଟ୍ରକ ଚାଳକ। ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଶିଳ୍ପାଞ୍ଚଳ ଠାରେ ଥିବା ଏଫ୍ସିଆଇ ଗୋଦାମକୁ ଆସୁଥିବା ଏକ ଟ୍ରକ୍ ଚାଳକଙ୍କୁ ଦୁଇ ଯୁବକ ମାଡ଼ପିଟ କରିଥିବା ଜଣଯାଇଛି।

ଝାରସୁଗୁଡ଼ା : ଟ୍ରକ୍ ଚାଳକଙ୍କୁ ଆକ୍ରମଣ କରି ଲୁଟ ।  ଅଭିଯୋଗ କରିଛନ୍ତି ଟ୍ରକ ଚାଳକ। ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଶିଳ୍ପାଞ୍ଚଳ ଠାରେ ଥିବା ଏଫ୍ସିଆଇ ଗୋଦାମକୁ ଆସୁଥିବା ଏକ ଟ୍ରକ୍ ଚାଳକଙ୍କୁ ଦୁଇ ଯୁବକ ମାଡ଼ପିଟ କରିଥିବା ଜଣଯାଇଛି। ଗତକାଲି ରାତିରେ ଦୁଇ ଜଣ ଯୁବକ ବାଇକ୍ ରେ  ଆସି ଟ୍ରକ୍ ଚାଳକଙ୍କୁ ଗାଳିଗୁଳଜ କରିବା ସହିତ ମାଡ଼ପିଟ କରୁଥିଲେ ।

ପାଟିତୁଣ୍ଡ ଶୁଣି ଲୋକେ ଏକତ୍ରିତ ହେବା ସହିତ ଖବର ପାଇ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଅନ୍ଧାର ଓ ଭିଡ଼ର ସୁଯୋଗ ନେଇ ଯୁବକ ଦ୍ଵୟ ଫେରାର ହୋଇଯାଇଥିବା ଜଣାଯାଇଛି। ଏ ସଂକ୍ରାନ୍ତରେ ଥାନାରେ କୌଣସି ଏତଲା ହୋଇ ନ ଥ‌ିବା ଥାନାଧିକାରୀ ସ୍ବପ୍ନରାଣୀ ଗୋଚ୍ଛାୟତ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.