Below header

NTPC ରେ ଡିପ୍ଲୋମା ଟ୍ରେନି ପାଇଁ ପଦବୀ ଖାଲି, ୧୦ମ ପାସ୍‌ ପ୍ରାର୍ଥୀଙ୍କୁ ମିଳିବ ୨୫ ହଜାର ଷ୍ଟାଇପେଣ୍ଡ

୧୦ମ ପାସ୍‌ କରିଥିଲେ ଡିପ୍ଲୋମା ଟ୍ରେନି ପାଇଁ କରନ୍ତୁ ଆବେଦନ । ମାସକୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଷ୍ଟାଇପେଣ୍ଡ ମିଳିବ । ଇଚ୍ଛୁକ ପ୍ରାର୍ଥୀ NTPC ର ଅଫିସିଆଲ ସାଇଟ୍‌କୁ ଯାଇ ନୋଟିଫିକେସନ ଚେକ୍‌ କରିପାରିବେ ।

NTPC ଲିମିଟେଡରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ୫୦ରୁ ଅଧିକ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ careers.ntpc.co.in କୁ ଯାଇ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ୧୫ ସେପ୍ଟେମ୍ବର ୨୦୨୩ ରହିଛି ।

ପଦବୀ ବିବରଣୀ : ୫୦

ଡିପ୍ଲୋମା ଟ୍ରେନି
ଅପାରଣ୍ଟିସ ଟ୍ରେନି

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୫ ସେପ୍ଟେମ୍ବର ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ସଂସ୍ଥାରୁ ୧୦ମ/୧୨ଶ/ଆଇଟିଆଇ/ଇଂଜିନିୟରିଂରେ ଡିପ୍ଲୋମା କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୩୮ ବର୍ଷ ହେବା ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ୍‌ ମିଳିବ ।

ଚୟନ ପ୍ରକ୍ରିୟା : ଚୟନ ପାଇଁ ପଦାନୁସାରେ ଲିଖିତ ପରୀକ୍ଷା/କୌଶଳ ପରୀକ୍ଷା ଇଦ୍ୟାଦିର ଆୟୋଜନ କରାଯିବ ।

ଷ୍ଟାଇପେଣ୍ଡ : ଏହି ପଦବୀରେ ଚୟନିତ ପ୍ରାର୍ଥୀଙ୍କୁ ପଦାନୁସାରେ ୨୧,୫୦୦ ଟଙ୍କାରୁ ୨୪,୦୦୦ ହଜାର ଟଙ୍କା ପ୍ରତି ମାସକୁ ମିଳିବ ।

ଆବେଦନ ଶୁଳ୍କ : ଏହି ଅଭିଯାନରେ ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କୁ ୩୦୦ ଟଙ୍କା ଶୁଳ୍କ ଦେବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍‌ କୁ ଯାଇ ଚେକ୍‌ କରିପାରିବେ ଆବେଦନକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
1 Comment
  1. Raja mahapatra says

    Good job

Leave A Reply

Your email address will not be published.