କେନ୍ୟୁଜର ପ୍ରଭାବ : ରାସ୍ତାରେ ବୁଲୁଥିବା ଅସହାୟ ମହିଳାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କଲେ ପ୍ରଶାସନ

ଗଂଜାମ (କେନ୍ୟୁଜ) : ମାନସିକ ଭାରସାମ୍ୟ ହରାଇ ପାଗଳି ଅବସ୍ଥାରେ ଏକ ବର୍ଷ ହେଲା ଗଂଜାମ ଜିଲ୍ଲା ଚିକିଟି- ଦିଗପହଣ୍ଡି ରାସ୍ତା ରତନେଶ୍ବରୀ ମନ୍ଦିର ସମ୍ମୁଖରେ ଏକ ବିଶ୍ରାମ ଗାର ମଧ୍ୟରେ ଜୀବନ ବିତାଉଥିବା କନକଲତା ପାଣିଗ୍ରାହୀଙ୍କୁ ପ୍ରଶାସନ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ ରେ ଭର୍ତ୍ତି କରିଛନ୍ତି । କନକଲତା ଏବେ ମାନସିକ ବିଭାଗରେ ଭର୍ତ୍ତି ହୋଇଛନ୍ତି।
ଦିନେ କନକଲତା ଏ,ଏନ୍, ଏମ୍ ଚାକିରି କରୁଥିଲେ ବିବାହ ମଧ୍ୟ କରିଥିଲେ। ଦୁଇ ଗୋଟି ସନ୍ତାନ ମଧ୍ୟ ଅଛନ୍ତି, ହେଲେ କନକଲତାର ସଂସାରରେ ଝଡ ଆସିଯାଇ ସ୍ବାମୀଙ୍କ ଠାରୁ ଅଲଗା ହୋଇଯିବା ପରେ ମାନସିକତା ହରାଇ ପାଗଳି ଅବସ୍ଥାରେ ରହିଯାଇଥିଲେ ବିଶ୍ରାମ ଗାର ମଧ୍ୟରେ, ବିଶ୍ରାମ ଗାର ସମ୍ମୁଖରେ ଥିବା ରତନେଶ୍ବରୀ ମନ୍ଦିର ପୂଜକ ଖାଇବା ପାଇଁ ବ୍ୟବସ୍ଥା କରିଥିଲେ ।
ତେବେ ଏହି ସଂପର୍କରେ ଆମେ ଖବର ପାଇ ପହଞ୍ଚିଥିଲୁ କନକଲତା ଙ୍କ ନିକଟରେ, ତାଙ୍କ ଦୁଃଖ ଭରା କାହାଣୀ ସଂପର୍କରେ କଳିଙ୍ଗ ଟିଭି ଓ କେନ୍ୟୁଜରେ ପରିବେଷଣ କରାଯାଇଥିଲା। ଏହା ପରେ ଗଂଜାମ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଚିକିଟି ତହସିଲଦାର, ସିଡିପିଓ, ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଓ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ କନକଲତାଙ୍କୁ ମେଡିକାଲରେ ଭର୍ତ୍ତି କରିବା ପାଇଁ। କନକଲତା ଏବେ ଚିକିତ୍ସା ହେଉଛନ୍ତି, ହୁଏତ ସେ ସୁସ୍ଥ ହେବା ପରେ ପୁଣି ତାଙ୍କର ନୂଆ ସଂସାର ଆରମ୍ଭ ହୋଇପାରିବ ।