ପାକିସ୍ତାନରେ ପରଫର୍ମ କରିବା ପାଇଁ କାହା ବାପା ବି ମୋତେ ରୋକିପାରିବେ ନାହିଁ ବୋଲି କହିଲେ ‘ଅଙ୍ଗୁରୀ ଭାବି’

‘ଭାବିଜୀ ଘର ପର ହୈ’ ଫେମ୍‌ ଶିଳ୍ପା ସିନ୍ଧେ ଏବେ ନିଜ ମନ୍ତବ୍ୟକୁ ନେଇ ବିବାଦରେ। ସୋସିଆଲ ମିଡିଆରେ ଶିଳ୍ପାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଶିଳ୍ପା କହିଛନ୍ତି, ଯଦି ପାକିସ୍ତାନରେ ମୋତେ ପରଫର୍ମ କରିବା ପାଇଁ ସୁଯୋଗ ମିଳିବ ତେବେ ମୁଁ କରିବି ଏବଂ ଏପରି କରିବାରୁ ମୋତେ କେହି ବି ରୋକିପାରିବେ ନାହିଁ। ଏପରି ସ୍ଥଳେ ଶିଳ୍ପାଙ୍କ ଏହି ମନ୍ତବ୍ୟ ତାଙ୍କ ଉପରେ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ଚାଲିଥିଲା ବେଳେ ଶିଳ୍ପା ଖୁଲମଖୁଲା ସମସ୍ତଙ୍କୁ ଚେତାବନୀ ଦେଉଥିବା ନଜର ଆସିଛନ୍ତି। ଏହା ମୋର ଅଧିକାର, ଯଦି ମୋତେ ଭିସା ମିଳେ ତେବେ ମୁଁ ନିଶ୍ଚିତ ଭାବେ ସେଠାରେ ପରଫର୍ମ କରିବି ବୋଲି ଶିଳ୍ପା କହିଛନ୍ତି। ମୁଁ ଜଣେ ଆଟିଷ୍ଟ ଏବଂ ଆଟିଷ୍ଟଙ୍କୁ କେଉଁଠି ବି ପରଫର୍ମ କରିବାକୁ କେହି ମନା କରିପାରିବେ ନାହିଁ।

ସୂଚନାନୁଯାୟୀ, ନିକଟରେ ପାକିସ୍ତାନରେ ଏକ ବିବାହ ଉତ୍ସବରେ ଗୀତ ଗାଇ ବିବାଦରେ ଫଶିଥିଲେ ଗାୟକ ମିକା ସିଂହ। ଏଥିପାଇଁ ମିକାଙ୍କ ଉପରେ ବ୍ୟାନ ମଧ୍ୟ ଲଗାଯାଇଥିଲା। ପରେ ମିକା କ୍ଷମା ମାଗିବାରୁ ତାଙ୍କ ଉପରୁ ବ୍ୟାନ ହଟାଯାଇଥିଲା। ମିକାଙ୍କୁ ଜବରଦସ୍ତି କ୍ଷମା ପ୍ରାର୍ଥନା କରିବା ପାଇଁ ମଧ୍ୟ ବାଧ୍ୟ କରାଯାଇଛି ବୋଲି ଶିଳ୍ପା କହିଛନ୍ତି। କେବଳ ଏତିକି ନୁହେଁ ପୂର୍ବରୁ ଶିଳ୍ପା ସିରିଅଲ ‘ଭାବିଜୀ ଘର ପର ହୈ’ର ପ୍ରଯୋଜକଙ୍କ ଉପରେ ଅସଦାଚରଣ କରୁଥିବା ଭଳି ଅଭିଯୋଗ ଲଗାଇ ପରେ ଶୋ ଛାଡି ଦେଇଥିଲେ। ବିବାଦ ଏତେ ମାତ୍ରାରେ ବଢିଯାଇଥିଲା ଯେ ସିନେ ଆଣ୍ଡ ଟିଭି ଆଟିଷ୍ଟ ଆସୋସିଏସନ ମଧ୍ୟ ତାଙ୍କ ଉପରେ ବ୍ୟାନ ଲଗାଇଦେଇଥିଲା।

ଏହାସହ ପଢ଼ନ୍ତୁ ; ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ପାଇଁ ରିସର୍ଚ୍ଚ କରୁଛନ୍ତି ଆମିର ତନୟା ଇରା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.