Below header

ତୃଣମୂଳ ସ୍ତରରୁ ଲୋକଙ୍କ ବିକାଶ ପାଇଁ ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ, ଜାଣନ୍ତୁ କେଉଁ କ୍ଷେତ୍ରକୁ କେତେ ବ୍ୟୟବରାଦ ହୋଇଛି

କେନ୍ୟୁଜ୍(ବ୍ୟୁରୋ): ସ୍ୱାସ୍ଥ୍ୟ ପରେ ଶିକ୍ଷା କ୍ଷେତ୍ରକୁ ବଜେଟରେ ଫୋକସ କରିଛନ୍ତି ସରକାର । ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୭ହଜାର ୩୨୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଶିକ୍ଷା କ୍ଷେତ୍ରର ମୂଳମନ୍ତ୍ର ହେଲା ପ୍ରତ୍ୟେକ ପିଲା ସ୍ୱତନ୍ତ୍ର । ଯୁବବର୍ଗରେ ନିବେଶ ହେଉଛି ଭବିଷ୍ୟତ ପାଇଁ ନିବେଶ । ବଜେଟରେ ମୋ ସ୍କୁଲ ଅଭିଯାନରେ ୬୪୬ କୋଟି ଟଙ୍କା ଖର୍ଚ୍ଚ ହେବ । ସମଗ୍ର ଶିକ୍ଷା ପାଇଁ ୩ହଜାର ୫୮୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏମଡିଏମ୍‌ ପାଇଁ ମଞ୍ଜୁର ହୋଇଛି ୮୫୧ କୋଟି ଟଙ୍କା । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ବଜେଟରେ ବ୍ୟୟବରାଦ ଆକାର ରହିଛି ୪୨୦ କୋଟି । ଆଇଆଇଟି, ଆଇଆଇଏମ୍‌, ଏମ୍ସ, ନାଇଜର, ଆଇଜର, ଏନଆଇଟି, ଏନଆଇଏଫଟି, ଏନଏଲୟୁ ପ୍ରତିଷ୍ଠା ହେବା ପରେ ଓଡ଼ିଶା ଏକ ଶୈକ୍ଷିକ କେନ୍ଦ୍ରରେ ପରିଣତ ହୋଇଛି । ଓଡ଼ିଶା ୟୁନିଭର୍ସିଟି ଟେକ୍ନୋଲୋଜି ଏଣ୍ଡ ରିସର୍ଚ୍ଚ ବା ଓୟୁଟିଆରକୁ ୧୫ ଶହ କୋଟି ଟଙ୍କା ବଜେଟରେ ମଞ୍ଜୁର ହୋଇଛି ।

 

ଶିଳ୍ପାଞ୍ଚଳକୁ ମାଇନିଂ ଏରିଆ ଓ ବନ୍ଦର ସହ ସଂଯୋଗ କରିବାକୁ ସରକାର ଯୋଜନା କରିଛନ୍ତି । ଏଥିପାଇଁ ସଡ଼କ ଓ ଭିତ୍ତିଭୂମି କ୍ଷେତ୍ର ପାଇଁ ବଜେଟରେ ୧୪ହଜାର ୪୫୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସଡ଼କପଥର ରକ୍ଷଣାବେକ୍ଷଣ ପାଇଁ ୨ହଜାର ୯୭୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏୟାରପୋର୍ଟ ନିର୍ମାଣ ଓ ନବୀକରଣ ପାଇଁ ୩୨୫ କୋଟି ବ୍ୟୟବରାଦ ହୋଇଛି । ବିଜୁ ଏକ୍ସପ୍ରେସ େଓ୍ଵ ପାଇଁ ଖର୍ଚ୍ଚ ହେବ ୩୦୦ କୋଟି । ବିଜୁ ସେତୁ ଯୋଜନାରେ ବ୍ୟୟବରାଦ ରହିଛି ୧ ହଜାର ୬୮୮ କୋଟି । ୨୦୨୨-୨୩ ଆର୍ଥିକ ବର୍ଷରେ ୨୮୧ଟି ସେତୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏୟାରପୋର୍ଟ ନିର୍ମାଣ ଓ ନବୀକରଣ ପାଇଁ ୩୨୫ କୋଟି ଖର୍ଚ୍ଚ ହେବ । ରାଜ୍ୟର ରେଳ ପ୍ରକଳ୍ପ ପାଇଁ ୫୪୭ କୋଟି ଟଙ୍କା ବ୍ୟୟବରାଦ ରହିଛି । ବ୍ଲକସ୍ତରୀୟ ବସଷ୍ଟାଣ୍ଟ ପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ ହେବ ।

ବଜେଟରେ ପର୍ଯ୍ୟଟକ କ୍ଷେତ୍ରକୁ ଫୋକସ କରିଛନ୍ତି ରାଜ୍ୟ ସରକାର । ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବାକୁ ଅବଢ଼ା ଯୋଜନାରେ ୧ହଜାର ୩୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ଏକାମ୍ର ଓ ସମଲେଇ ଯୋଜନା ପାଇଁ ବଜେଟରେ ୨ଶହ କୋଟି ଟଙ୍କା ଲେଖାଏ ବ୍ୟୟବରାଦ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.