ରବୀନ୍ଦ୍ର ମଣ୍ଡପରେ ଚାଲିଛି କାଦମ୍ବିନୀ ସାହିତ୍ୟ ସମ୍ମାନ ଉତ୍ସବ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପାଇବେ କାଦମ୍ବିନୀ ସମ୍ମାନ

ଭୁବନେଶ୍ବର(କେନ୍ୟୁଜ୍):ସମ୍ମାନଜନକ କାଦମ୍ବିନୀ ସମ୍ମାନ ପାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ଏହାସହ ବିଶିଷ୍ଟ ସମାଜସେବୀ ତଥା ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ସଭାପତି ନିରଞ୍ଜନ ରଥ ଏବଂ ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ କାଦମ୍ବିନୀ ସମ୍ମାନ । ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀର ତ୍ରୟୋବିଂଶ ଏବଂ ଶିଶୁ କିଶୋର ପତ୍ରିକା କୁନି କଥାର ଦ୍ୱାଦଶ ସ୍ୱନକ୍ଷତ୍ର ଉତ୍ସବ ପାଳନ ଅବସରରେ ସମ୍ମାନ ପ୍ରଦାନ କରାଯିବ ।

କୋଭିଡ୍‌ କଟକଣା କାରଣରୁ ଗତ ଦୁଇ ବର୍ଷ ହେଲା ପ୍ରଦାନ କରାଯାଇ ପାରିନଥିବା ମର୍ଯ୍ୟାଦାଜନକ କାଦମ୍ବିନୀ ସମ୍ମାନ ସହ କାଦମ୍ବିନୀର ବିଭିନ୍ନ ବିଭାଗର ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯିବ । ୨୦୨୨ ବର୍ଷ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ୨୦୨୧ ପାଇଁ ନିରଞ୍ଜନ ରଥ ଏବଂ ୨୦୨୦ ପାଇଁ ପ୍ରଣବ ପଟ୍ଟନାୟକଙ୍କୁ କାଦମ୍ବିନୀ ସମ୍ମାନ ପ୍ରଦାନ କରାଯିବ। ଏହାସହ ତିନି ଜଣଙ୍କୁ କାଦମ୍ବିନୀ ଗଳ୍ପ ସମ୍ମାନ, ୩ ଜଣଙ୍କୁ କାଦମ୍ବିନୀ କବିତା ସମ୍ମାନ ଏବଂ ୪ ଜଣଙ୍କୁ କାଦମ୍ବିନୀ ପ୍ରଚ୍ଛଦଶିଳ୍ପୀ ପ୍ରଦାନ କରାଯିବ। ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବ ସ୍ୱନକ୍ଷତ୍ର ଉତ୍ସବ । ଏହି ଅବସରରେ କାଦମ୍ବିନୀ ଓ କୁନିକଥାର ଜୁଲାଇ ସଂଖ୍ୟାର ଶୁଭ ଉନ୍ମୋଚନ ଏବଂ କାଦମ୍ବିନୀ ସାହିତ୍ୟ ଏକାଡେମୀର ଶୁଭାରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.