Below header

କୁଆଖାଇ ଟ୍ରାଜେଡି: ମିଳିଲା ଆଉ ୨ ନିଖୋଜ ଛାତ୍ରଙ୍କ ମୃତଦେହ

ପାଣିରେ ବୁଡ଼ି ଗଲା ୪ ଛାତ୍ରଙ୍କ ଜୀବନ। ଭୁବନେଶ୍ୱର ଉପକଣ୍ଠ ବଇଞ୍ଚୁଆ ଧବଳାହାର ନିକଟରେ କୁଆଖାଇ ନଦୀରେ ବୁଡ଼ି ୪ଜଣଙ୍କ ମୃତ୍ୟୁ ଘଟିଛି । ଗତକାଲି ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଜି ଆଉ ୨ ଜଣଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।

ଭୁବନେଶ୍ୱର (କେନ୍ୟୁଜ): କୁଆଖାଇ ଟ୍ରାଜେଡି। ପାଣିରେ ବୁଡ଼ି ଗଲା ୪ ଛାତ୍ରଙ୍କ ଜୀବନ। ଭୁବନେଶ୍ୱର ଉପକଣ୍ଠ ବଇଞ୍ଚୁଆ ଧବଳାହାର ନିକଟରେ କୁଆଖାଇ ନଦୀରେ ବୁଡ଼ି ୪ଜଣଙ୍କ ମୃତ୍ୟୁ ଘଟିଛି । ଗତକାଲି ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଜି ଆଉ ୨ ଜଣଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ମୃତ ଛାତ୍ର ହେଲେ ବାଲେଶ୍ୱର କଣ୍ଟାପଡ଼ାର ରୋହିତ ପରିଡ଼ା, କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ, ଜାମସେଦପୁରର ଆର୍ଯ୍ୟନ ମିଶ୍ର ଓ କଟକର କୁମାର ଅବିନାଶ।

ଭୁବନେଶ୍ୱରସ୍ଥିତ ଏକ ଘରୋଇ MBA କଲେଜର ୮ ଜଣ ଛାତ୍ର ଗତକାଲି ନଦୀପଠାକୁ ଭୋଜି କରିବାକୁ ଯାଇଥିଲେ। ଭୋଜି ପରେ ୪ ଜଣ ଛାତ୍ର ଗାଧୋଉଥିବାବେଳେ ପାଣିରେ ବୁଡ଼ି ଯାଇଥିଲେ। ବାଲିଅନ୍ତା ଅଗ୍ନିଶମ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଗତକାଲି ୨ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ରାତି ହୋଇଯିବାରୁ ସର୍ଚ୍ଚ ଅପରେସନ୍‌ ବନ୍ଦ ରଖାଯାଇଥିଲା। ଆଜି ସକାଳେ ପୁଣି ଖୋଜାଖୋଜି କରି ଅନ୍ୟ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.