Below header

ଧରାପଡିଲେ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ, ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଘରୁ ଗିରଫ କଲା ପୋଲିସ୍

ଭୁବନେଶ୍ୱର(କେନ୍ୟୁଜ୍):ବନ୍ଧା ହେଲେ ଜଗବନ୍ଧୁ। ଅର୍ଚ୍ଚନା ନାଗ୍‌ ବ୍ଲାକ୍‌ମେଲିଂ ମାମଲାରେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରାଯାଇଛି। ଏନେଇ ଖଣ୍ଡଗିରି ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅପରାଧିକ ଷଡଯନ୍ତ୍ର କରିବା ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି। ଜଗବନ୍ଧୁ ଅର୍ଚ୍ଚନାଙ୍କ ସହ ମିଶି ଅପରାଧିକ ଷଡଯନ୍ତ୍ର କରୁଥିଲେ।

ଆଜି ସକାଳ ୮ଟାରେ ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଘରୁ ଜଗବନ୍ଧୁଙ୍କୁ ଉଠାଇ ନେଇ ପଚରାଉଚରା ଚଳାଇଥିଲା ପୋଲିସ। ଅର୍ଚ୍ଚନାଙ୍କ ସହ ମିଶି ଜଗବନ୍ଧୁ ବିଛାଇଥିଲେ ବ୍ଲାକ୍‌ମେଲିଂର ସାମ୍ରାଜ୍ୟ। କିଭଳି ବଡ ବଡ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରୁଥିଲେ ? କିଭଳି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟିଂ କରୁଥିଲେ ? ଟଙ୍କା କେମିତି ନେଉଥିଲେ । ଏଥିରେ କିଏ କରୁଥିଲେ ସହଯୋଗ ? ୫ ବର୍ଷରେ କେତେ ଟଙ୍କା ଲୁଟିଛନ୍ତି, ଏ ସବୁ ନେଇ ଜଗବନ୍ଧୁଙ୍କୁ ପଚରାଉଚରା କରାଯାଇଥିଲା । ଅର୍ଚ୍ଚନାଙ୍କ ବ୍ଲାକ ମେଲିଂ ମାମଲାରେ ଜଗବନ୍ଧୁ ମାଷ୍ଟର ମାଇଣ୍ଡ ଥିବା ସନ୍ଦେହ କରାଯାଉଥିଲା । ବାରମ୍ବାର ନୋଟିସ ସତ୍ତ୍ୱେ ଜଗବନ୍ଧୁ ପୋଲିସ ନିକଟରେ ହାଜର ହେଉନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.