ଆଜି ଓଡ଼ିଶା ପୋଲିସର ୬୩ତମ ସହିଦ ସ୍ମୃତି ଦିବସ, କମିଶନରେଟ୍‌ ପୋଲିସ ପକ୍ଷରୁ ୭ମ ବାଟାଲିୟନ୍‌ ପଡିଆରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ପୋଲିସ ସହିଦ ସ୍ମୃତି ଦିବସ । ଆଜି ଓଡ଼ିଶା ପୋଲିସର ୬୩ତମ ସହିଦ ସ୍ମୃତି ଦିବସ । ଏ ଅବସରରେ କମିଶନରେଟ୍‌ ପୋଲିସ ପକ୍ଷରୁ ୭ମ ବାଟାଲିୟନ୍‌ ପଡିଆରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରେଡରେ ଅଭିବାଦନ ଗ୍ରହଣ କରିବା ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ପୋଲିସ କମିଶନର, କଟକ ଡିସିପି ପିନାକ ମିଶ୍ର, ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସମେତ ବହୁ ପୋଲିସ୍‌ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ । ଚଳିତ ବର୍ଷ ଦେଶରେମୋଟ୨୬୫ଜଣ ସହିଦ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଓଡ଼ିଶାର ୩ ଜଣ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.