କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବହୁ ଯୋଜନାର କରିବେ ଶିଳନ୍ୟାସ

କେନ୍ୟୁଜ୍: କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେଦାରନାଥରେ ବହୁ ଯୋଜନାର ଶିଳନ୍ୟାସ କରିବେ ପ୍ରଧାନମନ୍ତ୍ରୀ। କେଦାରନାଥରେ ପହଞ୍ଚିବା ପରେ ମୋଦି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ତାଙ୍କୁ ହିମାଚଳ ପ୍ରଦେଶ ପାରମ୍ପାରିକ ପୋଷାକରେ ଦେଖିବାକୁ ମିଳିଥିଲା।

ଚମ୍ବାର ମହିଳାମାନେ ଦେଇଥିବା ଛୋଲା ଡୋରା ପୋଷାକ ପିନ୍ଧିଥିଲେ ମୋଦି । କେଦାରନାଥରେ କେଦାରନାଥ ରୋପେୱର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏହା ସହ ଶଙ୍କରାଚାର୍ଯ୍ୟ ସମାଧି ଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । କେଦାରନାଥଙ୍କ ପୀଠରେ ଅନ୍ୟାନ କାର୍ଯ୍ୟକ୍ରମ ସାରି ବଦ୍ରିନାଥ ଯିବେ ପ୍ରଧାନମନ୍ତ୍ରୀ । ସେଠାରେ ବଦ୍ରିନାଥ ରୋପେୱ ପ୍ରକଳ୍ପର ମୂଳଦୁଆ ପକାଇବା ସହ ଅନ୍ୟାନ୍ୟ ର୍ନିମାଣ କାର୍ଯ୍ୟର ସମୀକ୍ଷା କରିବେ। ଏହି ନୂଆ ରୋପୱେ ପ୍ରୋଜେକ୍ଟ ଦ୍ୱାରା ଯାତ୍ରୀଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି କଷ୍ଟ ଦାୟକ ଯାତ୍ରା କରିବାକୁ ପଡ଼ିବନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.