ଯୁବତୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ, ଘର ମାଲିକଙ୍କ ନାଁରେ ଏତଲା

ଯୁବତୀଙ୍କୁ ନିର୍ଯାତନା ଅଭିଯୋଗ । ଭୁବନେଶ୍ୱରରେ ଯୁବତୀ କାମ କରୁଥିବା ଘର ମାଲିକଙ୍କ ନାଁରେ ଏତଲା । ଅଭିଯୋଗ ଆଣିଛନ୍ତି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ତେଲିପଡ଼ିପାଟଣା ଗାଁର ଯୁବତୀ। ଏହା ଉପରେ ତଦନ୍ତ କରୁଛି ଖନ୍ତାପଡ଼ା ଥାନା ପୋଲିସ। ଅଭିଯୋଗ ହୋଇଛି, ସଂପର୍କୀୟ ଭାଉଜ ଜଣେ ସରକାରୀ ବାବୁଙ୍କ ଘରେ କାମ ଯୋଗାଇ ଦେବାକୁ କହି ଯୁବତୀଙ୍କୁ ଭୁବନେଶ୍ୱର ଆଣିଥିଲେ। ମାସକୁ ୫ ହଜାର ଟଙ୍କା ଦେବାକୁ କଥା ଛିଣ୍ଡିଥିଲା। କିନ୍ତୁ ମିଳିଲା ମାତ୍ର ୧୫୦୦ ଟଙ୍କା। ଯୁବତୀ ଘରର ସମସ୍ତ କାମ କରୁଥିଲେ। ସାମାନ୍ୟ କଥାରେ ଘର ମାଲିକ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଯୁବତୀ। ଏପରିକି ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ। ପରିବାର ଲୋକଙ୍କ ସହ ବି କଥା କରାଇ ଦେଉ ନଥିବା ଅଭିଯୋଗ କରିଛନ୍ତି ଯୁବତୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.