Below header

ମହିଳା ତହସିଲଦାରଙ୍କୁ ଜିଅନ୍ତା ଜାଳିଦେଲେ ଚାଷୀ, ଉଦ୍ଧାର କରିବାକୁ ଯାଇ ଦୁଇ ଜଣ କର୍ମଚାରୀ ଗୁରୁତର

ଅମାନବୀୟ, ହୃଦୟବିଦାରକ, ଲୋମଟାଙ୍କୁରା ଘଟଣା । ତେଲେଙ୍ଗାନାରେ ମହିଳା ତହସିଲଦାରଙ୍କୁ ଜିଅନ୍ତା ଜାଳିଦେଲେ । ତେଲଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲା ଅବଦୁଲାପୁର ମଣ୍ଡଳର ମହିଳା ତହସିଲଦାର ବିଜୟା ରେଡ୍ଡୀଙ୍କୁ ନିଆଁ ଲଗାଇ ଜିଅନ୍ତା ଜାଳି ଦିଆଯାଇଛି। ତହସିଲଦାର ବିଜୟା ରେଡ୍ଡୀ ଅଫିସରେ ଥିବା ବେଳେ ଗୋୱରେଲିର ଅଭିଯୁକ୍ତ ଚାଷୀ ସୁରେଶ ଅଫିସ ଭିତରକୁ ଧସେଇ ପଶିଥିଲା । ତହସିଲଦାରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ଅନ୍ୟ କର୍ମଚାରୀମାନେ ତହସିଲଦାରଙ୍କୁ ଉଦ୍ଧାର କରିପାରିନଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତହସିଲଦାରଙ୍କୁ ଉଦ୍ଧାର କରିବାକୁ ଯାଇ ଦୁଇ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ବର୍ବରକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଚାଷୀ ସୁରେଶ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ତାକୁ ମଧ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣା ପଛର କାରଣ କଣ ଜଣାପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.