ଝାରସୁଗୁଡ଼ା: ସ୍କୁଲ ପାଣିଟାଙ୍କିରେ ପଡ଼ି ନାବାଳିକା ମୃତ

ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ବନ୍ଧବାହାଲ ଶାନ୍ତିନଗରସ୍ଥିତ ଏକ ପ୍ଲେ ସ୍କୁଲ ପାଣିଟାଙ୍କିରେ ପଡ଼ି ସୋମବାର ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ସେ ହେଲେ ଶାନ୍ତିନଗରର ରାଜକୁମାର ନାଏକଙ୍କ ଝିଅ ଲିଜା (୬)। ଖବରପାଇ ସ୍ଥାନୀୟ ବନ୍ଧବାହାଲ ଫାଣ୍ଡି ପୋଲିସ ପହଞ୍ଚି ନାବାଳିକାଙ୍କ ମୃତଦେହ ଉଦ୍ଧାରକରି ବ୍ୟବଚ୍ଛେଦ ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଇଛି। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି ।

ସ୍କୁଲ ପରିସରରେ ସିମେଣ୍ଟ ଓ ଇଟାରେ ତିଆରି ଏକ ଖୋଲା ପାଣିଟାଙ୍କି ରହିଛି । ପ୍ରାୟ ୪ ଫୁଟ ଉଚ୍ଛର ଏହି ପାଣିଟାଙ୍କି ଚତୁଃପାର୍‌ଶରେ କୌଣସି ବାଡ ନ ଥିବା ବେଳେ ଏହା ଅସୁରକ୍ଷିତ ଭାବେ ମୁକୁଳା ପଡିଛି । ନାବାଳିକା ଜଣଙ୍କ ଟାଙ୍କି ନିକଟକୁ ଯାଇଥିବାବେଳେ ଏପରି ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.