Below header

ଆଉ ୩ ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ତିନି ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ । ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩ଟି ଜିଲ୍ଲାର ୪୪୦ଟି ପଞ୍ଚାୟତରେ ୧୦୧ଟି ବସଟି ଲକ୍ଷ୍ମୀ ବସ ଚଳାଚଳ କରିଛି । ଏହା ଦ୍ବାରା ୨୭ ଲକ୍ଷରୁ ଅଧିକ ଲୋକ ଉପକୃତ ହେବ ।

ଭୁବନେଶ୍ୱର (କେନ୍ୟୁଜ): ତିନି ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ । ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ଟି ଜିଲ୍ଲାର ୪୪୦ଟି ପଞ୍ଚାୟତରେ ୧୦୧ଟି ବସଟି ଲକ୍ଷ୍ମୀ ବସ ଚଳାଚଳ କରିଛି । ଏହା ଦ୍ବାରା ୨୭ ଲକ୍ଷରୁ ଅଧିକ ଲୋକ ଉପକୃତ ହେବ । ଢେଙ୍କାନାଳର ୧୯୫ଟି ପଞ୍ଚାୟତରେ ୫୫ଟି ବସ ଗଡ଼ିବ । ଏହା ଦ୍ବାରା ଉପତ ହେବେ ଜିଲ୍ଲାର ୧୩ ଲକ୍ଷ ଲୋକ । ଅନୁଗୋଳର ୧୭୬ଟି ପଞ୍ଚାୟତରେ ଗଡ଼ିଲା୨୯ଟି ବସ । ଏହା ଦ୍ବାରା ୧୧ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ ।

ସେହିପରି ଦେବଗଡର ୬୯ଟି ପଞ୍ଚାୟତରେ ୧୭ଟି ବସ ଗଡ଼ିବ । ଉପକୃତ ହେବେ ୩ ଲକ୍ଷ ଲୋକ । ପ୍ରଥମ ପର୍ଯ୍ୟାୟରେ ପ୍ରତି ଗାଁରୁ ବ୍ଲକ ମୁଖ୍ୟାଳୟକୁ ଗଡିଛି ବସ । ଯୋଜନାର ଶୁଭାରମ୍ଭ କରି ଲକ୍ଷ୍ମୀ ବସ ଆମ ଜୀବନକୁ ସହଜ କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି । ଲକ୍ଷ୍ମୀ ବସ ଆପଣଙ୍କ ନିଜ ସମ୍ପତ୍ତି । ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଆପଣମାନଙ୍କର ବୋଲି ଲୋକଙ୍କୁ ଅପିଲ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.