Apple Watch Series 8 ରେ ମିଳୁଛି ୪୦% ରିହାତି, ଜାଣନ୍ତୁ କେଉଁଠି
ଭାରତୀୟ ମାର୍କେଟରେ ଆପଲ୍ ୱାଚ୍ ସିରିଜ୍ ୮କୁ ପ୍ରଥମେ ୪୫,୯୯୯ ଟଙ୍କାରେ ଲଞ୍ଚ କରାଯାଇଥିଲା । ଏବେ ଏହି ଓ୍ଵାଚ୍କୁ ଆପଣ ବହୁତ କମ୍ ଦାମରେ କିଣିପାରିବେ । ଯଦି ଆପଣଙ୍କର ବଜେଟ କମ୍ ରହିଛି, ତେବେ ମଧ୍ୟ ଆପଲ୍ ଓ୍ଵାଚ କିଣିପାରିବେ ।

ଆପଲ୍ ଓ୍ଵାଚ୍ କିଣିବାକୁ ଚାହୁଁଛନ୍ତି କି ? ମିଳୁଛି ଜବରଦସ୍ତ ରିହାତି । ଆପଲ୍ ୱାଚ୍ ସିରିଜ୍ ୮ ଉପରେ ବର୍ତ୍ତମାନ ରିହାତି ଚାଲିଛି । ଫ୍ଲିପକାର୍ଟରେ ଏହି ଓ୍ଵାଚ ଉପରେ ୪୦ ପ୍ରତିଶତ ରିହାତି ମିଳୁଛି ।
ଭାରତୀୟ ମାର୍କେଟରେ ଆପଲ୍ ୱାଚ୍ ସିରିଜ୍ ୮କୁ ପ୍ରଥମେ ୪୫,୯୯୯ ଟଙ୍କାରେ ଲଞ୍ଚ କରାଯାଇଥିଲା । ଏବେ ଏହି ଓ୍ଵାଚ୍କୁ ଆପଣ ବହୁତ କମ୍ ଦାମରେ କିଣିପାରିବେ । ଯଦି ଆପଣଙ୍କର ବଜେଟ କମ୍ ରହିଛି, ତେବେ ମଧ୍ୟ ଆପଲ୍ ଓ୍ଵାଚ କିଣିପାରିବେ । ଆପଣ ଫ୍ଲିପକାର୍ଟରୁ ଆପଲ୍ ଓ୍ଵାଚର SE ମଡେଲ କିଣିପାରିବେ ।
ଆପଲ୍ ୱାଚ୍ ସିରିଜ୍ ୮, 41 mm GSP ର ମୂଲ୍ୟ ୪୫,୯୦୦ ଟଙ୍କା, କିନ୍ତୁ ଆପଣ ଫ୍ଲିପକାର୍ଟରେ ଏହାର ୪୦ % ଡିସ୍କାଉଣ୍ଟରେ ୨୪,୯୯୯ ଟଙ୍କାରେ କିଣିପାରିବେ । ଏହି ସ୍ମାଟ୍ଓ୍ଵାଚ୍ରେ ପ୍ରାୟ ୨୧,୦୦୦ ଟଙ୍କା ଡିସ୍କାଉଣ୍ଟ ମିଳିଛି । ତେବେ ଏହା ଆପଲ୍ ଓ୍ଵାଚ୍ରେ ସବୁଠାରୁ କମ ମୂଲ୍ୟ ।
ଏହି ଡିସକାଉଣ୍ଟରେ ଆପଲ୍ ଓ୍ଵାଚ୍ ସିରିଜ୍ ୮ ମିଡ୍ନାଇଟ୍ କଲରର ମିଳିବାକୁ ଯାଉଛି । ତେବେ ଏହା ବ୍ୟତୀତ ମଧ୍ୟ ଏହି ଓ୍ଵାଚ୍ରେ ବିଭିନ୍ନ ପ୍ରକାରର ଲାଭ ମଧ୍ୟ ଉଠାଇ ପାରିବେ । ଯଦି ଆପଣ canara bank credit cardରେ କିଣୁଛନ୍ତି, ତାହେଲେ ଏହା ଦ୍ୱାରା ଆପଣଙ୍କୁ ଆହୁରି ୧,୫୦୦ ଟଙ୍କାର ଡିସକାଉଣ୍ଟ ମିଳିବ ।
ଆପଲ୍ ଓ୍ଵାଚ୍ ସିରିଜ୍ ୮ ରେ ବଡି ଟେମ୍ପରେଚର ସେନ୍ସର ଏବଂ କ୍ରସ୍ ଡିଟେକ୍ସନ୍ ଭଳି ଫିଚର୍ସ ରହିଛି । ଏହି ଡିଭାଇସ୍ ରେ S8 ପ୍ରୋସେସର ଦିଆଯାଇଛି ଏବଂ ଆଡ୍ଭାନ୍ସ ମୋଶନ୍ ସେନ୍ସର୍ସକୁ ମଧ୍ୟ ଚାର୍ଚ୍ଚ କରିବା ଫିଚର୍ସ ରହିଛି ।