‘ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ ଜାଣିଶୁଣି ସୁକେଶଙ୍କ ଅପରାଧର ଆୟ ଗ୍ରହଣ କରୁଥିଲେ’: ED

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ସମସ୍ୟା ବଢ଼ିଛି । ଦିଲ୍ଲୀ ହାଇକୋର୍ଟରେ ଇଡି ଏମିତି ଏକ ଖୁଲାସା କରିଛି, ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଇଡି ଯୁକ୍ତି ଦେଇଛି ଯେ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ୍‌ ଜାଣିଶୁଣି ଠକ ସୁକେଶ ଚନ୍ଦ୍ରଶେଖରଙ୍କ ଅପରାଧର ଆୟ ଗ୍ରହଣ କରୁଥିଲେ ।

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ସମସ୍ୟା ବଢ଼ିଛି । ଦିଲ୍ଲୀ ହାଇକୋର୍ଟରେ ଇଡି ଏମିତି ଏକ ଖୁଲାସା କରିଛି, ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଇଡି ଯୁକ୍ତି ଦେଇଛି ଯେ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ୍‌ ଜାଣିଶୁଣି ଠକ ସୁକେଶ ଚନ୍ଦ୍ରଶେଖରଙ୍କ ଅପରାଧର ଆୟ ଗ୍ରହଣ କରୁଥିଲେ ଏବଂ ଏହାର ଉପଯୋଗରେ ମଧ୍ୟ ସାମିଲ ଥିଲେ ।

ଜ୍ୟାକଲିନ ଫର୍ଣ୍ଣାଡିଜ୍‌ଙ୍କ ପିଟିସନର ଜବାବରେ ଦାଖଲ ଏକ ଆଫିଡେଭିଟ୍‌ରେ ଇଡି ଏହି ଯୁକ୍ତି ଦର୍ଶାଇଛି । କହି ରଖୁଛୁ, ଅଭିନେତ୍ରୀ ନିଜ ପିଟିସନରେ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରଦ୍ଦ କରିବାକୁ ଦାବି କରିଥିଲେ । ହାଇକୋର୍ଟ ଏହି ମାମଲାକୁ ଏପ୍ରିଲ ୧୫ରେ ପରବର୍ତ୍ତୀ ଶୁଣାଣି ପାଇଁ ତାଲିକାଭୁକ୍ତ କରିଥିଲେ ।

ନିଜର ଜବାବରେ ଇଡି ଦାବି କରିଛି ଯେ ଜ୍ୟାକଲିନ କେବେ ବି ଚନ୍ଦ୍ରଶେଖରଙ୍କ ସହ ଆର୍ଥିକ ଲେଣଦେଣ ବିଷୟରେ ସତ୍ୟତାର ଖୁଲାସା କରି ନାହାନ୍ତି ଏବଂ ପ୍ରମାଣ ମିଳିବା ପର୍ଯ୍ୟନ୍ତ ସବୁବେଳେ ତଥ୍ୟ ଲୁଚାଇ ରଖିଛନ୍ତି । ଇଡି କହିଛି, ପ୍ରଥମେ ନିଜ ବୟାନରେ ଏହା କହି ଅଭିନେତ୍ରୀ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ କି, ସେ ଚନ୍ଦ୍ରଶେଖରଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଛନ୍ତି । ଯଦିଓ ତଦନ୍ତ ବେଳେ ସେ ଏହାକୁ ପ୍ରମାଣ କରିବାରେ ବିଫଳ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.