Below header

ସମାଧାନ ହେବ ପୁରୀ ପୌରାଞ୍ଚଳ, ଭୁବନେଶ୍ୱର ଓ ଜଟଣୀ ତହସିଲରେ ଥିବା ଦୀର୍ଘଦିନର ଜମି ସମସ୍ୟା

ସମାଧାନ ହେବ ଦୀର୍ଘଦିନର ଜମି ସମସ୍ୟା। ପୁରୀ ପୌରାଞ୍ଚଳ, ଭୁବନେଶ୍ବର ଓ ଜଟଣୀ ତହସିଲରେ ଦୀର୍ଘ ଦିନରୁ ଲିଜ୍ ଜମିକୁ ନେଇ ରହିଥିବା ବିବାଦର ସ୍ଥାୟୀ ସମାଧାନ ହେବ। ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ସରକାର ଜମି ବନ୍ଦୋବସ୍ତ ନିୟମ ୧୯୮୩ରେ କେତେକ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛି।

ଭୁବନେଶ୍ୱର(କେନ୍ୟୁଜ): ସମାଧାନ ହେବ ଦୀର୍ଘଦିନର ଜମି ସମସ୍ୟା। ପୁରୀ ପୌରାଞ୍ଚଳ, ଭୁବନେଶ୍ୱର ଓ ଜଟଣୀ ତହସିଲରେ ଦୀର୍ଘ ଦିନରୁ ଲିଜ୍ ଜମିକୁ ନେଇ ରହିଥିବା ବିବାଦର ସ୍ଥାୟୀ ସମାଧାନ ହେବ। ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ସରକାର ଜମି ବନ୍ଦୋବସ୍ତ ନିୟମ ୧୯୮୩ରେ କେତେକ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛି।

ଗତ ୨ ତାରିଖରେ 5ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା ଓ ଲିଜ ଜମିକୁ ପଟ୍ଟାଦାରଙ୍କ ନାଁରେ ନିୟମିତ କରାଯିବା ଲାଗି OGLSରେ ଆବଶ୍ୟକ ସଂଶୋଧନ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ବୈଠକର ୨ ଦିନ ପରେ ରାଜ୍ୟ କ୍ୟାବିନେଟ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛି।

ଗୋପାଳପୁର ୟୁଟିଲିଟି କରିଡର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ସେହିପରି ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ର ହେବ ସଂଶୋଧନ । ପରିବହନ ବିଭାଗ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ । ସରକାରୀ ମାନ୍ୟତା ପାଇବ ବୋର୍ଡ ହାଇସ୍କୁଲ କଟକ । ଚୌଦ୍ବାର ଓ ସମ୍ବଲପୁରରେ ପ୍ଲାଷ୍ଟିକ୍ ପ୍ରକଳ୍ପକୁ ସ୍ବତନ୍ତ୍ର ପ୍ୟାକେଜ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.