ପୂର୍ବଭଳି ଏଥର ମଧ୍ୟ ପୁଣି ଦେଶରେ ଶ୍ରେଷ୍ଠ ଓଡ଼ିଶା ଭିଜିଲାନ୍ସ

ପୂର୍ବଭଳି ଏଥର ମଧ୍ୟ ପୁଣି ଦେଶରେ ଶ୍ରେଷ୍ଠ ହୋଇଛି ଓଡ଼ିଶା ଭିଜିଲାନ୍ସ । ୨୦୨୨ ମସିହାରେ ଦେଶରେ ସର୍ବାଗ୍ରେ ରହିଛି ଓଡିଶା। ଏହିପରି ଭାବେ ଗତ ୫ ବର୍ଷ ହେବ ଓଡ଼ିଶା ଭିଜିଲାନ୍ସ ନମ୍ବର ୱାନ ହୋଇ ଚାଲିଛି ।

ଭୁବନେଶ୍ୱର(କେନ୍ୟୁଜ):ପୂର୍ବଭଳି ଏଥର ମଧ୍ୟ ପୁଣି ଦେଶରେ ଶ୍ରେଷ୍ଠ ହୋଇଛି ଓଡ଼ିଶା ଭିଜିଲାନ୍ସ । ୨୦୨୨ ମସିହାରେ ଦେଶରେ ସର୍ବାଗ୍ରେ ରହିଛି ଓଡିଶା। ଏହିପରି ଭାବେ ଗତ ୫ ବର୍ଷ ହେବ ଓଡ଼ିଶା ଭିଜିଲାନ୍ସ ନମ୍ବର ୱାନ ହୋଇ ଚାଲିଛି । ଏନସିଆରବି ତଥ୍ୟ ଅନୁସାରେ ଦେଶରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ୩୭୨ଟି ମାମଲା ରୁଜ୍ଜୁ ହୋଇଛି।

ସେଥିରୁ ଓଡ଼ିଶାରେ ରୁଜୁ ହୋଇଛି ୮୫ଟି ଡିଏ କେସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କର୍ଣ୍ଣାଟକ ଦ୍ବିତୀୟ ସ୍ଥାନରେ ରହିଛି । ୫୬ଟି ଭଜିଲାନ୍ସ ମାମଲା ରୁଜୁ ହୋଇଛି । ବିହାରରେ ୪୮ ଟି ଡିଏ କେସ ହୋଇ ତୃତୀୟ ସ୍ଥାନରେ ରହିଛି। ଷଷ୍ଠ ସ୍ଥାନରେ ପଶ୍ଚିମବଙ୍ଗ ଥିବା ବେଳେ ଦଶମ ସ୍ଥାନରେ ରହିଛି ଆନ୍ଧ୍ରପ୍ରଦେଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.