Below header

ନିଜ ଜନ୍ମ ମାଟିରେ ପାଦଦେଲେ ଲେଫନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି

ଜଗତସିଂହପୁର(କେ ନ୍ୟୁଜ): ଜଗତସିଂହପୁର ଜ଼ିଲ୍ଲାରେ ଆଜି ସକାଳୁ ଜନ୍ମ ମାଟିରେ ପାଦଦେଲେ ଲେଫନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି । ସ୍ଥଳସେନାର ଉପମୁଖ୍ୟ ଭାବେ ଦାଇତ୍ୱ ନେବା ପୂର୍ବରୁ ମା ଶାରଳାଙ୍କୁ ଦର୍ଶନ କରିଛନ୍ତି । ମା’ ଙ୍କ ଆଶୀର୍ବାଦ ନେବା ପରେ ନିଜ ଗ୍ରାମ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଜୟବଡ ଗ୍ରାମରେ ପହଞ୍ଚିଥିଲେ । ସେଠାରେ ନିଜ ଗାଁ ଲୋକଙ୍କୁ ଭେଟିବା ସହ ପଡୋଶୀ ସମ୍ପର୍କୀୟ ତଥା ପିଲାଦିନର ସହପାଠୀ ମାନଙ୍କୁ ଭେଟି ଭାବବିହ୍ଵଳ ହୋଇ ପଡ଼ିଥିଲେ । ଆଉ ଜନ୍ମମାଟି ସହିତ ସ୍ମ୍ରୁତି ସବୁକୁ ସାଉଁଟି ଥିଲେ । ନିଜ ମା’ ଙ୍କ କଥା ମନେ ପକାଇ ଆଖି ଛଳ ଛଳ ହୋଇ ପଡିଥିଲା । କୋହ ଭରା କଣ୍ଠରେ କହିଥିଲେ ଆଜି ଯଦି ମା’ ଥାନ୍ତେ ତେବେ ନିଶ୍ଚିନ୍ତ ରୂପେ ଖୁସି ହୋଇଥାନ୍ତେ । ଆଜି ଏତେ ବଡ ପଦ କେବଳ ବାପା ଓ ମା’ ଙ୍କ ପାଇଁ ପାଇ ପାରିଛନ୍ତି ବୋଲି କହିଛନ୍ତି । ନିଜ ମାଟି କୁ କେବେ ବି ଭୁଲିବେ ନାହିଁ ।

chandi prasada

ପ୍ରତିବର୍ଷ ସେ ଘରକୁ ଆସନ୍ତି । ଠିକ ସେହିପରି ଚଳିତ ବର୍ଷ ବି ଆସିଛନ୍ତି । ମା’ ଶାରଳା, ମା’ ଚଣ୍ଡୀ, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ କାରଣରୁ ହିଁ ଆଜି ସେ ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି ବୋଲି କହିଛନ୍ତି । ଶ୍ରୀ ମହାନ୍ତିଙ୍କ ଆଗମନରେ ଗ୍ରାମବାସୀ ମାନେ ବି ଖୁବ ଆନନ୍ଦ ବିଭୋର ହୋଇଉଠିଛନ୍ତି । ଜନ୍ମ ମାଟିରେ ପାଦ ଦେବା ମାତ୍ରେ ଶୁଭେଛୁ ମାନେ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । କିଛି ସମୟ ଗାଁ ଲୋକ ମାନଙ୍କ ସହିତ ମିଶି କର୍ତ୍ତବ୍ୟ ସ୍ଥଳକୁ ଫେରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.