IPL 2021: ସମସ୍ତ ୮ଟି ଟିମ୍‌ ଜାରି କଲେ ନିଜ ନିଜ ଖେଳାଳିଙ୍କ ତାଲିକା, ଜାଣନ୍ତୁ କେଉଁ ଦଳ କେଉଁ ଖେଳାଳିଙ୍କୁ ବିଦା କଲା

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୪ଶ ସିଜନ୍‌ ପୂର୍ବରୁ ସମସ୍ତ ୮ଟି ଯାକ ଟିମ୍‌ ନିଜର ରିଟେନ୍‌ ଏବଂ ରିଲିଜ୍‌ ଖେଳାଳିମାନଙ୍କର ତାଲିକା ଜାରି କରିଛନ୍ତି। ସମସ୍ତ ଟିମ୍‌ ମିଶି ମୋଟ ୧୪୦ଜଣ ଖେଳାଳିଙ୍କୁ ରଖିଥିବା ବେଳେ ୫୫ଜଣ ଖେଳାଳିଙ୍କୁ ବିଦା କରିଦେଇଛନ୍ତି। କେତେକ ଟିମ୍‌ ବଡ଼ ନିଷ୍ପତ୍ତି ନେବାକୁ ଯାଇ ନିଜ ଟିମ୍‌ର ପ୍ରମୁଖ ଖେଳାଳିମାନଙ୍କୁ ମଧ୍ୟ ବାହାର କରିଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଲସିଥ୍‌ ମଲିଙ୍ଗାଙ୍କୁ, ରାଜସ୍ଥାନ ରୟାଲ୍ସ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଏବଂ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଗ୍ଲେନ୍‌ ମ୍ୟାକ୍ସେଓ୍ଵଲଙ୍କୁ ରିଲିଜ୍‌ କରିଛି। ଆସନ୍ତୁ ଜାଣିବା କେଉଁ ଟିମ୍‌ କେଉଁ ଖେଳାଳିଙ୍କୁ ବାହାର କରିଛି।

୧. କୋଲକାତା ନାଇଟ୍‌ ରାଇଡର୍ସ

ବାହାରିଥିବା ଖେଳାଳି: ଟମ୍‌ ବ୍ୟାଣ୍ଟନ, ନିଖିଲ ନାଇକ୍‌, କ୍ରିସ୍‌ ଗ୍ରୀନ୍‌, ସିଦ୍ଧେଶ ଲାଡ, ଏମ୍‌ ସିଦ୍ଧାର୍ଥ ଓ ହ୍ୟାରୀ ଗୁର୍ନୀ।

୨. ମୁମ୍ବାଇ ଇଣ୍ଡିଆନ୍ସ

ବାହାରିଥିବା ଖେଳାଳି: ଲସିଥ୍‌ ମଲିଙ୍ଗା, ନାଥନ କୁଲ୍‌ଟର ନାଇଲ, ଜେମ୍ସ ପାଟିନସନ, ସେର୍ଫାନ ରଦରଫୋର୍ଡ, ମିଚେଲ ମ୍ୟାକ୍ଲିନଘାନ, ପ୍ରିନ୍ସ ବଲବନ୍ତ ରାଇ, ଦିଗବିଜୟ ଦେଶମୁଖ।

୩. ଦିଲ୍ଲୀ କ୍ୟାପିଟାଲ୍ସ

ବାହାରିଥିବା ଖେଳାଳି: ଜେସନ ରୟ, ସନ୍ଦୀପ ଲାମିଛାନେ, ମୋହିତ ଶର୍ମା, ତୁଷାର ଦେଶପାଣ୍ଡେ, କିମୋ ପଲ୍‌ ଓ ଏଲେକ୍ସ କ୍ୟାରୀ।

୪. ରାଜସ୍ଥାନ ରୟାଲ୍ସ

ବାହାରିଥିବା ଖେଳାଳି: ଷ୍ଟିଭ୍‌ ସ୍ମିଥ୍‌, ଅଙ୍କିତ ରାଜପୁତ, ଓଶେନ ଥମସ୍‌, ଶଶାଙ୍କ ସିଂ, ଆକାଶ ସିଂ, ବରୁଣ ଆରୋନ, ଟମ୍‌ କରନ୍‌ ଓ ଅନିରୁଦ୍ଧ ଜୋଶୀ।

ipl22

୫. ସନ୍‌ରାଇଜର୍ସ ହାଇଦ୍ରାବାଦ

ବାହାରିଥିବା ଖେଳାଳି: ବାଓ୍ଵଙ୍କା ସନ୍ଦୀପ, ଫେବିୟନ ଏଲନ, ସଞ୍ଜୟ ଯାଦବ, ବିଲୀ ଷ୍ଟାନଲେକ, ପୃଥ୍ଵୀ ରାଜ।

୬. କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ

ବାହାରିଥିବା ଖେଳାଳି: ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ, ଶେଲଡନ କାଁଟରେଲ, କେ ଗୌତମ, ମୁଜୀବ ଉର୍‌ ରହମାନ, କରୁଣ ନାୟର ଓ ଜେମ୍ସ ନିଶମ।

୭. ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ବାହାରିଥିବା ଖେଳାଳି: ମୋଇନ ଅଲୀ, ଶିବମ୍‌ ଦୁବେ, ଗୁରକୀରତ ସିଂ ମାନ, ଏରାଁନ ଫିଞ୍ଚ, କ୍ରିସ୍‌ ମାରିସ୍‌, ପବନ ନେଗୀ, ପାର୍ଥିବ ପଟେଲ, ଡେଲ ଷ୍ଟେନ୍‌(ଉପଲବ୍ଧ ନାହାନ୍ତି), ଇସୁଋ ଉଦାନା ଓ ଉମେଶ ଯାଦବ।

୮. ଚେନ୍ନାଇ ସୁପର କିଙ୍ଗ୍ସ

ବାହାରିଥିବା ଖେଳାଳି: ପୀୟୁଷ ଚାଓ୍ଵଲା, ମୁରଲୀ ବିଜୟ, ହରଭଜନ ସିଂ, ମୋନୁ କୁମାର ସିଂ ଓ ସେନ୍‌ ଓ୍ଵାଟସନ(ଅବସରପ୍ରାପ୍ତ)।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.