Below header

ଭୁବନେଶ୍ୱରରେ LGBTQA କମ୍ୟୁନିଟି ତରଫରୁ ଶପ୍ତରଙ୍ଗୀ ସ୍ୱାଭିମାନ ପଦଯାତ୍ରା, ଲିଙ୍ଗଗତ ଭେଦଭାବ ଦୂର କରିବା ମୂଳ ଲକ୍ଷ୍ୟ

ଭୁବନେଶ୍ବର(କେନ୍ୟୁଜ୍):ଭୁବନେଶ୍ୱରରେ ଶପ୍ତରଙ୍ଗୀ ସ୍ୱାଭିମାନ ପଦଯାତ୍ରା । LGBTQA କମ୍ୟୁନିଟି ତରଫରୁ ଶପ୍ତରଙ୍ଗୀ ସ୍ୱାଭିମାନ ପଦଯାତ୍ରା ୨୦୨୨ ଅନୁଷ୍ଠିତ ହୋଇଛି । ଏହି ପଦଯାତ୍ରା ମାଷ୍ଟର କ୍ୟାଣ୍ଟିନ ଛକଠାରୁ ଆରମ୍ଭ ହୋଇ ରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ପଦଯାତ୍ରାର ମୂଳ ଲକ୍ଷ୍ୟ ହେଉଛି ସମାଜରେ ବଢୁଥିବା ଲିଙ୍ଗଗତ ଭେଦଭାବ ଦୂର କରିବା ସହ ସାମାଜିକ ଅର୍ଥନୈତିକ ଉନ୍ନତି ନିମନ୍ତେ LGBT କମ୍ୟୁନିଟିଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ।

lgbtq

ଏହା ସହ ସେମାନଙ୍କୁ ସମାଜ, ସରକାର ଏବଂ ବଜାରରେ ସମାନୁପାତିକ ବ୍ୟବହାର ପ୍ରଦର୍ଶନ । ଯଥାର୍ଥ ଭାଗିଦାରୀ ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବା ପ୍ରମୁଖ୍ୟ ଉଦ୍ଦେଶ୍ୟ ନେଇ ସଚେତନତାର ବାର୍ତ୍ତା ଦିଆଯାଇଛି । ବିଭିନ୍ନ ସଂଗଠନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.