ସାମାନ୍ୟ ଯୁକ୍ତି ତର୍କରୁ ବୋହୁକୁ ହାଣିଲା ଶ୍ୱଶୁର, ବୋହୁ ଗୁରୁତର

ଟାଙ୍ଗୀ(କେନ୍ୟୁଜ୍):  ସାମାନ୍ୟ ଯୁକ୍ତି ତର୍କରୁ ବୋହୁକୁ ହାଣିଲା ଶ୍ୱଶୁର । ଶ୍ୱଶୁରର କଟୁରୀ ମାଡରେ ବୋହୁ ଗୁରୁତର ।ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଝରିଆ ଗ୍ରାମରେ । ଝରିଆ ଗ୍ରାମର ଆରତ ସୁବୁଦ୍ଧି ନିଜ ବୋହୁଙ୍କୁ ହାଣି ଦେଇଥିବା ନେଇ ହୋଇଛି ଅଭିଯୋଗ ।
ବୋହୁର ବେକ ଓ ମୁହଁର ହନୁହାଡରେ ହୋଇଛି ଗଭୀର କ୍ଷତ ।

ଘରେ ପୁଅ ନଥିବାର ସୁଯୋଗ ନେଇ କିଛି ପାରିବାରିକ ସମସ୍ୟାକୁ ନେଇ ବୋହୁ ମୀନତି ଓ ଶ୍ୱଶୁର ଆରତଙ୍କ ମଧ୍ୟ୍ୟରେ ହୋଇଥିଲା କଥା କଟା କଟି । ଏଥିରେ ଉଗ୍ର ହୋଇ ଶ୍ୱଶୁର ଆରତ ସୁବୁଦ୍ଧି ବୋହୁଙ୍କୁ କଟୁରୀରେ କରିଥିଲା ଆକ୍ରମଣ । ଗୁରୁତର ବୋହୁର ନାମ ମୀନତି ସୁବୁଦ୍ଧି ଓ ତାଙ୍କ ବୟସ ୩୫ ବର୍ଷ । ମହିଳାଙ୍କ ସ୍ୱାମୀଙ୍କ ନାମ ଲଲାଟ ସୁବୁଦ୍ଧି ବୋଲି ଜଣା ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.