Below header

ସରକାରୀ ଦୋକାନରୁ ରାସନ ନେବାର ନିୟମରେ ହେବ ବଡ଼ ପରିବର୍ତ୍ତନ,ଜାଣନ୍ତୁ କ’ଣ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ : ଯଦି ଆପଣ ରାସନକାର୍ଡ ଧାରୀ, ତେବେ ଏହି ଖବର ଜରୁର ପଢ଼ନ୍ତୁ । ଖାଦ୍ୟ ଏବଂ ସାର୍ବଜନିକ ବିତରଣ ବିଭାଗ ରାସନ କାର୍ଡ ନିୟମରେ ଆଣୁଛନ୍ତି ବଡ ପରିବର୍ତ୍ତନ । ଯାହାଦ୍ୱାରା ସରକାରୀ ରାସନ ଦୋକାନରେ ରାସନ ନେବା ଲୋକଙ୍କ ମାନଦଣ୍ଡରେ ହେବ ପରବର୍ତ୍ତନ । ଏହି ନୂଆ ନିୟମ ପ୍ରାୟ ପ୍ରସ୍ତୁତି ହୋଇସାରିଲାଣି । ଏଥିପାଇଁ ରାଜ୍ୟ ସରକାରଙ୍କ ସହିତ ବୈଠକର ପ୍ରକ୍ରିୟା ମଧ୍ୟ ଶେଷ ହୋଇସାରିଛି । ଆସନ୍ତୁ ଜାଣିବା ନୂଆ ନିୟମ ସମ୍ପର୍କରେ ।

ରାସନ ନେବାରେ ବିଭିନ୍ନ ଅନିୟମିତତା ଓ ଅଯୋଗ୍ୟ ହିତାଧିକାରୀ ରାସନ ନେବାର ଖବର ସରକାରଙ୍କ ପାଖରେ ପହଞ୍ଚିଛି । ତେଣୁ ଏହି ନକଲି ହିତାଧିକାରୀଙ୍କୁ ଏହି ଯୋଜନାରୁ ଦୂରରେ ରଖିବା ପାଇଁ ସରକାର ଏବେ ଆଣୁଛନ୍ତି ନୂଆ ରାସନ ନିୟମ । ସବୁ ପ୍ରସ୍ତୁତି ସରିଲାଣି, ଖୁବ ଶୀଘ୍ର ଏହା ଲାଗୁ ହେବାକୁ ଯାଉଛି ।

କ’ଣ ପାଇଁ ବଦଳୁଛି ମାନକ ?

ଦେଶରେ ଏମିତି କିଛି ଲୋକ ଅଛନ୍ତି ଯିଏ କି ନକଲି ଭାବେ ରାସନ ଉଠାଉଛନ୍ତି । ଖାଦ୍ୟ ଓ ବିତରଣ ବିଭାଗ ଅନୁସାରେ, ଏବେ ୮୦ କୋଟି ଲୋକ ନେସନାଲ ଫୁଡ ସିକ୍ୟୁରିଟି ଆକ୍ଟ ବା ଜାତୀୟ ଖାଦ୍ୟ ନିରାପତ୍ତା ଆକ୍ଟର ଲାଭ ଉଠାଉଛନ୍ତି । ଏମାନଙ୍କ ମଧ୍ୟରେ ଏମିତି କିଛି ଲୋକ ଅଛନ୍ତି ଯିଏ ଆର୍ଥିକ ଭାବେ ପୂର୍ଣ୍ଣ ସକ୍ଷମ । ଏଥିପାଇଁ ସରକାର ଏହାର ନିୟମକୁ ବଦଳାଇବାକୁ ଯାଉଛନ୍ତି ।

ନୂଆ ନିୟମ ଏପରି କରାଯାଇଛି, ଯେପରି ଏଥିରେ କୌଣସି ଅସୁବିଧା ରହିବ ନାହିଁ ବା ସହଜରେ ରାସନ ଠକି ନେଇପାରିବେ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପରାମର୍ଶ ଅନୁଯାୟୀ ଏହି ନୂତନ ମାନକ ପ୍ରସ୍ତୁତ କରାଯାଇଛି । ଯାହାକୁ ଖୁବ ଶୀଘ୍ର ଲାଗୁ କରାଯିବ ।

ଓ୍ଵାନ ନେସନ ଓ୍ଵାନ ରାସନ କାର୍ଡ ଯୋଜନା

ପ୍ରକାଶଯୋଗ୍ୟ ଯେ ଏବେ ‘ଓ୍ଵାନ୍‌ ନେସନ ଓ୍ଵାନ ରାସନ କାର୍ଡ ଯୋଜନା’ ରେ ୩୨ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଲାଗୁ କରାଯାଇଛି । ଦେଶର ୮୬ ପ୍ରତିଶତ ଲୋକ ଏହି ଯୋଜନାର ଲାଭ ଉଠାଉଛନ୍ତି । ପ୍ରତି ମାସ ପ୍ରାୟ ୧.୫ କୋଟି ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ରାସନର ଲାଭ ଉଠାଉଛନ୍ତି । ସରକାର ଲୋକଙ୍କ ସହାୟତା ପାଇଁ ଫ୍ରି ରାସନ ଯୋଜନାକୁ ମଧ୍ୟ ବଢ଼ାଇ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.