ମୁମ୍ବାଇକୁ ମାତ୍‌ ଦେଇ ପ୍ରଥମ ଥର ରଣଜୀ ଟ୍ରଫି ଜିତିଲା ମଧ୍ୟପ୍ରଦେଶ

ବେଙ୍ଗାଲୁରୁ : ଶକ୍ତିଶାଳୀ ମୁମ୍ବାଇକୁ ହରାଇ ରଣଜୀ ଟ୍ରଫି ଚାମ୍ପିଅନ୍‌ ହେଲା ମଧ୍ୟପ୍ରଦେଶ । ଆଜି ମୁମ୍ବାଇକୁ ୬ ଓ୍ଵିକେଟ୍‌ରେ ହରାଇ ମଧ୍ୟପ୍ରଦେଶ ପ୍ରଥମ ଥର ରଣଜୀ ଟାଇଟଲ୍‌ ହାସଲ କରିଛି । ଅନ୍ୟପକ୍ଷରେ ୪୧ଥର ଚାମ୍ପିଅନ୍‌ ହୋଇଥିବା ମୁମ୍ବାଇ ଆଉ ଏକ ରେକର୍ଡ଼ କରିବାରୁ ବଞ୍ଚିତ ହୋଇଛି ।

ଆଜି ମୁମ୍ବାଇ ଦ୍ୱିତୀୟ ଇନିଂସ୍‌ରେ ୨୬୯ ରନ୍‌ କରି ଆଉଟ ହୋଇଥିଲା । ଫଳରେ ମାତ୍ର ୧୦୭ ରନ୍‌ର ବିଜୟଲକ୍ଷ୍ୟ ରହିଥିଲା ମଧ୍ୟପ୍ରଦେଶ ଆଗରେ । ଯାହାକୁ କେବଳ ୪ଟି ଓ୍ଵିକେଟ୍‌ ହରାଇ ହାସଲ କରି ନେଇଥିଲା ମଧ୍ୟପ୍ରଦେଶ । ଏହି ବିଜୟର ଶ୍ରେୟ ମଧ୍ୟପ୍ରଦେଶ ଦଳର କୋଚ୍‌ ପୂର୍ବତନ ଖେଳାଳି ଚନ୍ଦ୍ରକାନ୍ତ ପଣ୍ଡିତଙ୍କୁ ଯାଇଛି ।
ସ୍କୋର : ମୁମ୍ବାଇ-୩୭୪ ଓ ୨୬୯ । ମଧ୍ୟପ୍ରଦେଶ-୫୩୬ ଓ ୧୦୮/୪।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.