ରୋମ୍‌ ଛାଡି ଦୁବାଇ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆସନ୍ତା ୨୯ରେ ରହିଛି ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌

କେନ୍ୟୁଜ୍(ବ୍ୟୁରୋ): ରୋମ ଛାଡିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଟାଲିରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଡ. ନୀନା ମାଲହୋତ୍ରା ତାଙ୍କୁ ରୋମ୍‌ ଏୟାରପୋର୍ଟରେ ବିଦାୟ ଜଣାଇଥିଲେ । ନୀବନ ଏବେ ଦୁବାଇ ଗସ୍ତରେ ଯାଉଛନ୍ତି । ବିଶ୍ୱରେ ଦୁବାଇ ନିବେଶକାରୀଙ୍କ ଏକ ପ୍ରମୁଖ କେନ୍ଦ୍ରସ୍ଥଳୀ। ସେଠାରେ ଆସନ୍ତା ୨୯ରେ ରହିଛି ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌। ନିବେଶକମାନଙ୍କ ବୈଠକକୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ନିବେଶକାରୀଙ୍କ ପାଇଁ ରହିଛି ପର୍ଯ୍ୟାପ୍ତ ସୁବିଧା ସୁଯୋଗ ।

 cm naveen pattnanaik

ଏ ସମ୍ପର୍କରେ ଅବଗତ କରାଇବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବି ଦୁବାଇ ଯାଇଛି। ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଭି ଭି ଯାଦବ, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ ଏବଂ ଆବାସିକ କମିଶନର ରବି କାନ୍ତ ପ୍ରମୁଖ ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.