Below header

ରାଉରକେଲା : ଡଙ୍ଗାରେ ଭବିଷ୍ୟତ, ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି କୁନି କୁନି ପିଲା

ରାଉରକେଲା (କେନ୍ୟୁଜ୍) : ଡଙ୍ଗାରେ ଭବିଷ୍ୟତ । ଜୀବନକୁ ବାଜି ଲଗାଇ କୁନି କୁନି ପିଲା ନଦୀ ପାର ହୋଇ ପାଠ ପଢିବାକୁ ଯାଉଛନ୍ତି । ମାତ୍ର ୫ଶହ ମିଟର ନଦୀ ପାର ହେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଆଉ ସମୟ ଗଡିଗଲେ ଡଙ୍ଗା ବନ୍ଦ ହୋଇଯାଏ । ନଦୀ ପାର ହେବାକୁ ମାତ୍ର ଗୋଟିଏ ଡଙ୍ଗା ରହିଛି । ତାହାବି ଲୋକ ନହେଲେ ଛାଡେ ନାହିଁ । ପ୍ରତିଦିନ ପ୍ରାୟ ୧୫ହଜାର ଲୋକ କାମ ପାଇଁ ରାଉରକେଲା ଆସୁଥିବା ବେଳେ ଫେରିବା ସମୟରେ ହଇରାଣ ହେଉଛନ୍ତି । ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଉରକେଲା କୋଏଲନଗରର ବୈକୁଣ୍ଠଘାଟ ଅଞ୍ଚଳର ଲୋକେ । ୨୦୧୩ ମସିହାରୁ ବ୍ରିଜ କାମ ପାଇଁ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ । ହେଲେ କାମର ଦେଖାନାହିଁ ।ଏନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.