ଆୟକର ରିଟର୍ଣ୍ଣ କରିବା ସମୟରେ ହେଉଥିବା ଭୁଲକୁ ନେଇ ଆଉ ଧମକାଇବ ନାହିଁ ଆଇଟି ବିଭାଗ

ଯଦି ଆୟକର ଟିକସ ରିଟର୍ଣ୍ଣ ସମୟରେ ଫାଇଲରେ ଆପଣ କୌଣସି ଭୁଲ କରଦିଅନ୍ତି, ତେବେ ଭୟଭୀତ ହୁଅନ୍ତୁ ନାହିଁ। ଆଉ ଏବେ ଦୁଭାର୍ଗ୍ୟବଶଃତ ଭୁଲ ହୋଇଗଲେ ଆଇଟି ବିଭାଗ ଆପଣଙ୍କୁ ଧମକାଇପାରିବ ନାହିଁ। କେବଳ ଏତିକି ନୁହେଁ ଆପଣଙ୍କୁ କୌଣସି ନୋଟିସ ମଧ୍ୟ ଯିବ ନାହିଁ। ଖାସ୍‌ ଏଥିପାଇଁ ଆଇଟି ବିଭାଗ ଆପଣଙ୍କୁ ଏସ୍‌ଏମଏସ୍‌ ଜରିଆରେ ଆପଣଙ୍କ ଭୁଲ୍‌କୁ ସୂଚିତ କରିବ।

ସରକାର ଆଇଟି ବିଭାଗକୁ ଦେଇଛନ୍ତି ଏହି ନିର୍ଦ୍ଦେଶ

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଆୟକର ବିଭାଗ ଏବେ ଧମକ ଦେବା ଭଳି ଭାଷାକୁ ପ୍ରୟୋଗ ନକରି କିଭଳି ଟ୍ୟାକ୍ସ କଲେକସନ କରିପାରିବ ତାହା ଚେଷ୍ଟା କରିବ। କୌଣସି ଆୟକରଦାତାଙ୍କୁ ହଇରାଣ ନ କରି କିଭଳି ଟ୍ୟାକ୍ସ ସଂଗ୍ରହ କରିବେ ତାହା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବିଭାଗର ସମସ୍ତ ଅଧିକାରୀଙ୍କୁ ଟ୍ୟାକ୍ସ ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ସଚେତନ କରି ଟ୍ୟାକ୍ସ ସଂଗ୍ରହ କରିବା ପାଇଁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯଦି କେହି ଟ୍ୟାକ୍ସଦାତା କୌଣସି ଟ୍ୟାକ୍ସ ଦେବା ନିୟମରେ ଖିଲାଫ କରନ୍ତି ତେବେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ସବୁ ରେକର୍ଡ ଅନଲାଇନ ରଖାଯିବ। ଯଦି କେବେ କେହି ଏହାକୁ ନେଇ କୌଣସି ଅଭିଯୋଗ କରନ୍ତି, ତେବେ ପରେ ଏହାର ଯାଞ୍ଚ ହୋଇ ସମାଧାନ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.