ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା, ପାଣିର ସ୍ରୋତ ଏତେ ଯେ ଦେଖିଲେ ଲାଗିବ ଭୟ

ଉତ୍ତରାଖଣ୍ଡ : ବାଦଲ ଫଟା ବର୍ଷା । ପ୍ରବଳ ବର୍ଷାରେ ରାଜ୍ୟର ଅନେକ ଅଞ୍ଚଳରେ ବନ୍ୟା ପାଣି ମାଡ଼ି ଯାଇଛି । ହଠାତ୍‌ ଟୋନ୍ସ ନଦୀରୁ ପାଣି ମାଡି ଆସିଥିଲା । ଏତେ ମାତ୍ରାରେ ପାଣି ଆସିଥିଲା ଯେ, ଏହାକୁ ଦେଖିଲେ ଭୟ ଲାଗିବ । ପ୍ରବଳ ପାଣିରେ ଉତ୍ତରକାଶୀର ମୋରି ତହସିଲରେ ଅବସ୍ଥା ବେହାଲ ହୋଇଛି । ଏହି ଅଞ୍ଚଳରେ ନଦୀର ପାଣି ମାଡି ଯାଇଛି । ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ଆଇଟିବିପି, ଏସ୍‌ଡିଆରଏଫ୍‌ ଓ ଏନଡିଆରଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.