Below header

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୫ ଲକ୍ଷ ଟଙ୍କା ମୁଲଚାଲ ବେଳେ ୩ ଅଭିଯୁକ୍ତଙ୍କୁ ମାଡିବସିଲା ବନବିଭାଗ 

ନବରଙ୍ଗପୁର ବନବିଭାଗକୁ ମିଳିଛି ଏକ ବଡ଼ ସଫଳତା l ଜୀବନ୍ତ ବଜ୍ରକାପ୍ତା ମୁଲଚାଲ ସମୟରେ ମାଡିବସିଲା ବନବିଭାଗ l 

ନବରଙ୍ଗପୁର: ନବରଙ୍ଗପୁର ବନବିଭାଗକୁ ମିଳିଛି ଏକ ବଡ଼ ସଫଳତା l ଜୀବନ୍ତ ବଜ୍ରକାପ୍ତା ମୁଲଚାଲ ସମୟରେ ମାଡିବସିଲା ବନବିଭାଗ l  ୩ ଅଭିଯୁକ୍ତ ଗିରଫ l କୋଡୀଙ୍ଗା ବନାଞ୍ଚଳରେ ବଜ୍ରକାପ୍ତାର ମୁଲଚାଲ ହେଉଥିବା ଏକ ବିଶେଷସୂତ୍ରରୁ ଖବର ପାଇ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ନିର୍ଦେଶ କ୍ରମେ କୋଡ଼ିଙ୍ଗା ବନାଞ୍ଚଳ ଅଧିକାରୀ, ନବରଙ୍ଗପୁର ବନାଞ୍ଚଳ ଅଧିକାରୀ ଓ ରାଇଘର ବନାଞ୍ଚଳ ଅଧିକାରୀଙ୍କ ମିଳିତ ଟିମ କୋଡୀଙ୍ଗା ବନାଞ୍ଚଳ ଅଧୀନସ୍ଥ ବରାଗୁଡା ଗ୍ରାମର ଦେଓଡ଼ଙ୍ଗରି ଜଙ୍ଗଲରେ ଲୁଚି ରହିଥିଲେ l

ଏକ ବାଇକରେ ୩ ଜଣ ବ୍ୟକ୍ତି ସେଠାକୁ ଆସି ଏକ ବ୍ୟାଗରେ ଜୀବନ୍ତ ବଜ୍ରକାପ୍ତାକୁ ରଖି ୫ ଲକ୍ଷ ଟଙ୍କାର ମୂଲଚାଲ କରୁଥିବା ସମୟରେ ହଠାତ ବନବିଭାଗ ଘେରିଯାଇ ବ୍ୟାଗକୁ ଯାଞ୍ଚ କରିଥିଲେ l ବ୍ୟାଗରେ ଜୀବନ୍ତ ଥିବା ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ମୁଲଚାଲ କରୁଥିବା ତିନି ଅଭିଯୁକ୍ତକୁ ଗିରଫ କରିଥିଲା ବନ ବିଭାଗ  l  ସମସ୍ତ ଅଭିଯୁକ୍ତ କୋରାପୁଟ ଜିଲ୍ଲାର ହୋଇଥିବା ବେଳେ ମାଧବ ମୁଦୁଲି କୋରାପୁଟ ଥାନା ଓଉଗୁଡା ଗ୍ରାମର, ଘାସି ଟାକ୍ରି ମାଝୀଗୁଡା ଗ୍ରାମର ଓ ତୁଳାରାମ ହରିଜନ ବୋରିଗୁମ୍ମା ଥାନା ଅଧୀନସ୍ଥ ତାରାଗାଁ ଗ୍ରାମର ବୋଲି ଜଣାପଡିଛି l  ତିନି ଅଭିଯୁକ୍ତଙ୍କୁ  wildlife protection Act – 1972 ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି  l ଅନ୍ୟପଟେ ଜୀବନ୍ତ ବଜ୍ରକାପ୍ତାକୁ ବନବିଭଗ ପରବର୍ତ୍ତୀ ସମୟରେ ସୁରକ୍ଷିତ ଭାବେ ଜଙ୍ଗଲରେ  ଛାଡିବ ବୋଲି ସୂଚନା ଦେଇଛି l  ପରବର୍ତ୍ତୀ ଅଧୀନ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.