ବାଗେଶ୍ୱର ବାବାଙ୍କ ପାଖରେ ବଲିଉଡ୍‌ ଷ୍ଟାରଙ୍କ ଭିଡ଼ : ସୋନୁ ସୁଦ, ଜ୍ୟାକଲିନ ଫର୍ଣ୍ଣାଣ୍ଡେଜ୍‌, ଶେହନାଜ ଗିଲ ନେଲେ ଆଶୀର୍ବାଦ

ବାଗେଶ୍ୱର ବାବା ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ଭେଟିଛନ୍ତି ସୋନୁ ସୁଦ୍‌, ହିରୋଇନ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍‌, ୟୁଟ୍ୟୁବର ଏଲବିସ୍‌ ଯାଦବ, ଶେହନାଜ ଗିଲ ।

ମୁମ୍ବାଇ : ଯୁବ ଆଧ୍ୟାତ୍ମିକ ବାବା ଭାବେ ପରିଚିତି ଲାଭ କରିଥିବା ବାଗେଶ୍ୱର ବାବାଙ୍କ ଚର୍ଚ୍ଚା ବର୍ତ୍ତମାନ ସାରା ଦେଶରେ । ବାଗେଶ୍ୱର ବାବା ଭାବେ ପରିଚିତ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ପ୍ରତିଦିନ ତାଙ୍କର କିଛି ନା କିଛି କଥା, ମନ୍ତବ୍ୟକୁ ନେଇ ଆଲୋଚନାରେ ରହୁଛନ୍ତି । ସେହିପରି ଦୈନିକ ତାଙ୍କର ଭକ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ନିକଟରେ ବଲିଉଡର ଅନେକ ଷ୍ଟାର ତାଙ୍କୁ ଭେଟିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ସୋନୁ ସୁଦ୍‌, ହିରୋଇନ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍‌, ୟୁଟ୍ୟୁବର ଏଲବିସ୍‌ ଯାଦବ, ଶେହନାଜ ଗିଲ । ଏମାନେ ବାଗେଶ୍ୱର ବାବାଙ୍କୁ ଭେଟିବାର ଭିଡିଓ ଏବେ ଭାଇରାଲ ହେଉଛି ।

ଶନିବାର ଦିନ ବାଗେଶ୍ୱର ବାବା ମୁମ୍ବାଇ ଆସିଥିଲେ । ସେହି ସମୟରେ ଏହି ଷ୍ଟାରମାନେ ତାଙ୍କୁ ଭେଟିଥିଲେ । ସୋନୁ ସୁଦ ବାବାଙ୍କୁ ଫୁଲ ମାଳ ପିନ୍ଧାଇ ସ୍ୱାଗତ କରିଥିଲେ । ଏହି ଷ୍ଟାରମାନେ ବାବାଙ୍କ ପାଖରେ ବସି ଆଧ୍ୟାତ୍ମିକ କଥା ଶୁଣିଥିଲେ ଏବଂ ତାଙ୍କ ଠାରୁ ଆଶୀର୍ବାଦ ନେଇଥିଲେ । ତେବେ ଏଲବିସ ଯାଦବ ଓ ଆଦିଲ ଖାନ୍‌ ଯେତେବେଳେ ବାବାଙ୍କୁ ମାଳା ପିନ୍ଧାଇବାକୁ ଗଲେ ସେ ତାଙ୍କ ଠାରୁ ମାଳା ଗ୍ରହଣ କରିନଥିଲେ । ଏହି ସମୟରେ ବାଗେଶ୍ୱର ବାଙ୍କ ପାଦ ଛୁଇଁବା ପାଇଁ ଭିଡ଼ ଲାଗି ଯାଇଥିଲା । ଶେଷରେ ସୁରକ୍ଷା କର୍ମୀ ସମସ୍ତଙ୍କୁ ସେଠାରୁ ହଟାଇବାକୁ ବାଧ୍ୟ ହୋଇଥିଲେ । ତେବେ ଏହି ସେଲିବ୍ରିଟିମାନେ ଅନେକ ସମୟ ପର୍ଯ୍ୟନ୍ତ ବାବାଙ୍କ ସହ ବିତାଇ ଥିଲେ ।

BAGESWAR-4
image source-hindi.behindtalkies.com

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.